ପ୍ରଥମଥର ଭୋଟ ଦେଲେ ପ୍ରିୟଙ୍କାଙ୍କ ପୁଅ, କହିଲେ ମୁଁ..

ନୂଆଦିଲ୍ଲୀ: ଚାଲିଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ । ଆଉ ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପୁଅ ରେହାନ ଭଦ୍ରା ପ୍ରଥମ ଥର ପାଇଁ ଭୋଟ ଦେଇଛନ୍ତି। ଆଜି ସେ ଦିଲ୍ଲୀ ବିଧାନସଭା ପାଇଁ ହେଉଥିବା ଭୋଟିଂରେ ନିଜ ବାପା ରବର୍ଟ ଭଦ୍ରା ଓ ମା’ ପ୍ରିୟଙ୍କାଙ୍କ ସହ ବୁଥକୁ ଯାଇ ଭୋଟ ଦେଇଛନ୍ତି।
ଗତବର୍ଷ ତାଙ୍କୁ ୧୮ ବର୍ଷ ବୟସ ହୋଇଥିଲା। ହେଲେ ସେ ସାଧାରଣ ନିର୍ବାଚନରେ ଭୋଟ ଦେଇ ପାରି ନଥିଲେ। ବୁଥରୁ ବାହାରିବା ପରେ ରେହାନ କହିଛନ୍ତି, “ଶେଷରେ ମୁଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜକୁ ସାମିଲ କରିପାରିଛି। ପରୀକ୍ଷା ପାଇଁ ମୁଁ ସାଧାରଣ ନିର୍ବାଚନରେ ଭୋଟ ଦେଇ ପାରି ନଥିଲି।
ସମସ୍ତେ ଭୋଟ ଦେବା ଅଧିକାରକୁ ବ୍ୟବହାର କରନ୍ତୁ। ମୁଁ ଏଠାରେ ସାରା ଜୀବନ ରହିଛି। ମୁଁ ଚାହେଁ ଯେ ମୋ ସହର ବିଶ୍ୱର ଅନ୍ୟ ସହରଗୁଡ଼ିକ ଭଳି ବିକଶିତ ହେଉ। ମୁଁ ଲୋକଙ୍କ ପାଇଁ ହିଁ ଭୋଟ ଦେଇଛି।”
Comments are closed.