Odisha Link
Bridging the Missing Links in Odisha

ମନ୍ଦିରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୁଳ: ତାଳଚେର ଶିବରାମପୁର ଶିବମନ୍ଦିରରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଏକଡାଳ ଗାଁର ହୃଦାନନ୍ଦ ମହାରଣା ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ସମୟରେ ମନ୍ଦିରର ପୂଜକ ପ୍ରତିଦିନ ପରି ଗେଟ୍‌ ଖୋଲିଥିଲେ। ଗେଟ୍ ଖୋଲିବା ପରେ ଶିବ ମନ୍ଦିରର ବୃଷବ ଉପରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ। ତେବେ ପୂଜକ ଜଣଙ୍କ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।ପରେ ଗ୍ରାମବାସୀମାନେ ପୋଲିସକୁ ଖବର ଦେଇଥିଲେ। ତେବେ ଯୁବକଙ୍କ ମୃତ୍ୟୁ ଖବର ଅସ୍ପଷ୍ଟ ରହିଛି। ହତ୍ୟା ଓ ନା ଆତ୍ମହତ୍ୟା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ରହିଛି।

Comments are closed.