Odisha Link
Bridging the Missing Links in Odisha

ବୋମା ବିସ୍ଫୋରଣ ୫ ଆହତ

ପାଟନା: ବୋମା ବିସ୍ଫୋରଣ ୫ଜଣ ଆହତ। ଏଭଳି ଏକ ଘଟଣା ଘଟିଛି ବିହାର ସ୍ଥିତ ପାଟନା ଗାନ୍ଧୀ ମୈଦାନ ଅନ୍ତର୍ଗତ ସଲିମ୍‌ପୁର ଆହରାର ୧ ନମ୍ବର ଗଳିରେ ଥିବା ଏକ ଘରେ। ବୋମା ବିସ୍ଫୋରଣ ହେବାରୁ ୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ବିସ୍ଫୋରଣର ମାତ୍ରା ଏତେ ପ୍ରଚଣ୍ଡ ଥିଲା ଯେ ଏଥିରେ ଦୁଇଟି ଘର ଭାଙ୍ଗିଯାଇଛି ହୋଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କେଉଁ ବୋମା ବିସ୍ଫୋରଣର କାରଣ ଜଣାପଡ଼ିନାହିଁ।

ପୁଲିସ କହିବା ଅନୁସାରେ, ଘର ଭିତରେ ରଖାଯାଇଥିବା ବୋମା ଫୁଟିଯିବାରୁ ଦୁଇଟି ଘର କ୍ଷତିଗ୍ରସ୍ତ ହେବା ସହ ୫ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି। ପୁଲିସ ଓ ଫୋରେନ୍‌ସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

Comments are closed.