Odisha Link
Bridging the Missing Links in Odisha

ବିଜେଡିରୁ ବିଦା ହେଲେ ଅନୁପ ସାଏ

ଭୁବନେଶ୍ବର: ପ୍ରଥମେ ଗିରଫ ପରେ ପଦ ଓ ଏବେ ଦଳରୁ ବିଦା ହେଲେ  ଅନୁପ ସାଏ। ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ନେଲେ କଡା କାର୍ଯ୍ୟାନୁଷ୍ଠାନ। ରାଜ୍ୟ ପଣ୍ୟଗାର ଅଧ୍ୟକ୍ଷ ପଦରୁ ହଟିଲେ ଅନୁପ ସାଏ। ଦୁର୍ନୀତି ଓ ଅପରାଧକୁ ପ୍ରଶୟ ଦେଉନଥିବା ନବୀନ ଅନୁପଙ୍କ ପ୍ରତି ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଥିସହିତ ବିଜୁ ଜନତା ଦଳରୁ ଅନୁପ ସାଏଙ୍କୁ ମଧ୍ୟ ବହିଷ୍କାର କରାଯାଇଛି।

ଏହାପୂର୍ବରୁ ଗତକାଲି ରାତିରେ ଏକ ହତ୍ୟା ମାମଲାରେ ଅନୁପଙ୍କୁ ବିଳମ୍ବିତ ରାତ୍ରିରେ ବ୍ରଜରାଜନଗରର ସାଇ ମନ୍ଦିରରୁ ଉଠାଇ ନେଇଥିଲା ଛତିଶଗଡ ପୋଲିସ। ୨୦୧୬ର ଏକ ମା’ ଓ ଝିଅ ହତ୍ୟା ମାମଲାରେ ଅନୁପଙ୍କୁ ଛତିଶଗଡ ପୋଲିସ ବାନ୍ଧିଥିବା ଜଣାପଡିଛି ।ଅନୁପଙ୍କ ଗିରଫ କରିବା ନେଇ ବ୍ରଜରାଜନଗର ଗାନ୍ଧୀଛକ ଥାନା ପୋଲିସ ସୂଚନା ଦେଇଛି।

ଅନୁପଙ୍କୁ ଗିରଫ ପରେ ଛତିଶଗଡ ଚକ୍ରଧରପୁର ଥାନାରେ ପଚରାଉଚରା କରୁଛି ପୋଲିସ । ଅନୁପଙ୍କ ଗିରଫ ନେଇ ଛତିଶଗଡ ପୋଲିସ ଝାରସୁଗୁଡା ଏସପିଙ୍କୁ ମଧ୍ୟ ସୂଚନା ଦେଇଥିଲେ । ଏହାପୂର୍ବରୁ କଂଗ୍ରେସ ଟିକେଟରୁ ୨୦୦୦ ମସିହାରୁ ହ୍ୟାଟ୍ରିକ ବିଜୟ ହାସଲ କରିଥିଲେ ଅନୁପ। ୨୦୧୪ରେ ବିଜେଡିରେ ମିଶିବା ସହ ନିର୍ବାଚନ ଲଢିଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ଠାରୁ ଅଳ୍ପ ଭୋଟରେ ହାରି ଥିଲେ । ତେବେ ୨୦୧୯ରେ ଅନୁପଙ୍କୁ ଆଉ ବିଜେଡି ଟିକେଟରେ ଲଢିବାକୁ ସୁଯୋଗ ମିଳିନଥିଲା

Comments are closed.