Odisha Link
Bridging the Missing Links in Odisha

ଫିଲ୍ମି ଫ୍ରାଇଡେରେ ଧମାଲ କରିବ ସାରା ଓ କାର୍ତ୍ତିକଙ୍କ ସିନେମା

ମୁମ୍ବାଇ : କାଲି ହେଉଛି ଭାଲେଣ୍ଟାଇନ୍ସ ଡେ’ । ଏଥି ମଧ୍ୟରେ ଫିଲ୍ମି ଫ୍ରାଇଡେରେ ଧମାଲ କରିବାରେ ପାଇଁ ସାରା ଅଲ୍ଲୀ ଖାନ୍ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ଅପକମିଂ ସିନେମା ‘ଲଭ୍ ଆଜ୍ କଲ୍’ ରିଲିଜ ହେବାକୁ ଯାଇଛି। ସିନେମାରେ ଲଭ୍‌ ଓ ରୋମାନ୍ସର ଯାଦୁ ଦେଖିବାକୁ ମିଳିବ ।

ସିନେମାତି ୨୦୦୯ରେ ରିଲିଜ ହୋଇଥିବା ସିନେମା ‘ଲଭ ଆଜ୍ କଲ୍‌ର’ ସିକ୍ୱେଲ୍‌ । ସାରା ଓ କାର୍ତ୍ତିକଙ୍କ ବ୍ୟତିତ ରଣଦୀପ ହୁଡ୍ଡା ଏବଂ ଆରୁଷି ଶର୍ମା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ । ସିନେମାରେ ସାରା ଓ କାର୍ତ୍ତିକଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିବ। ଏହା ଏକ ଟିନ୍‌ ଏଜ୍ ଲଭ ଷ୍ଟୋରୀକୁ ନେଇ ପ୍ରସ୍ତୁତ କରାଯାଇଛି । ସିନେମାର ପ୍ରଯୋଜନା ଅଲ୍ଲୀ ଓ ଦିନେଶ ଭିଜନ୍ ଭାର ସମ୍ଭାଳିଛନ୍ତି ।

Comments are closed.