ବଲିଉଡ୍ ଫେସନ୍ ଡିଜାଇନର୍ ୱିଣ୍ଡେଲଙ୍କ ପରଲୋକ

ମୁମ୍ବାଇ : ବଲିଉଡ ଷ୍ଟାରମାନେ କଣ ପିନ୍ଧିବେ, କିପରି ଦେଖାଯିବେ ସେ ସବୁର ଖବର ଫେସନ୍ ଡିଜାଇନର୍ ରଖି ଥାନ୍ତି । ଆଜି ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ବଲିଉଡର ଫେସନ୍ ଡିଜାଇନର୍ ୱିଣ୍ଡେଲ୍ ରୋଡ୍ରିକ୍ସଙ୍କ ପରଲୋକ ହୋଇଯାଇଛି ।
ମୃତ୍ୟୁ ସମୟରେ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେ ଗୋଆସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ବଲିଉଡ୍ର ବହୁ ବଡ଼ ବଡ଼ କଳାକାରଙ୍କ ସହ ରାଜନେତାମାନେ ମଧ୍ୟ ଶୋକପ୍ରକାଶ କରିଛନ୍ତି ।
Shocked to hear about the untimely demise of Wendell Rodricks, one of India’s most renowned designers. My heartfelt condolences to his loved ones. May his soul rest in peace 🙏
— Smriti Z Irani (@smritiirani) February 12, 2020
ରୋଡ୍ରିକ୍ସ ତିନିଦିନ ପୂର୍ବରୁ ନିଜ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଅପଲ୍ଡୋ କରିଥିଲେ। ଯେଉଁଥିରେ ସେ କାମ କରୁଥିବା ଗୋଆରେ ଏକ କଷ୍ଟ୍ୟୁମ ମ୍ୟୁଜିୟମ୍ରେ ଫଟୋ ଅପ୍ଲୋଡ କରିଥିଲେ । ୨୦୧୪ରେ ରୋଡ୍ରିକ୍ସଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର। ତାଙ୍କ ମୃତ୍ୟୁରେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ଶଶି ଥରୁର୍,କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ମନ୍ତ୍ରୀ ବିଶ୍ୱଜିତ୍ ରାଣେ ମଧ୍ୟ ଟ୍ୱିଟ୍ କରି ଗଭୀର ଶୋକ ପ୍ରକାଶ କରିଛନ୍ତି ।
Shocked by the news of @Wendellrodricks' passing: https://t.co/W3CDCwo1va An original, a man of courage & conviction, a fashion icon & a social activist — perhaps Heaven needed all those qualities in one man. RIP.
— Shashi Tharoor (@ShashiTharoor) February 12, 2020
ରୋଡ୍ରିକ୍ସଙ୍କ ଫେସନ ଶୋ’ରେ ଅନେକ ବଡ଼ ବଡ଼ ବଲିଉଡ୍ ଷ୍ଟାର୍ ରାମ୍ପ ୱାକ୍ କରିଛନ୍ତି। ସେମାଙ୍କ ମଧ୍ୟରେ, ଦୀପିକା ପାଦୁକୋନ୍, କଙ୍ଗନା ରଣାୱତ୍, ପ୍ରିୟଙ୍କା ଚୋପ୍ରା, ଗୋବିନ୍ଦା, ମଲାଇକା ଅରୋରା ପରି ଷ୍ଟାର ସାମିଲ ଅଛନ୍ତି।