Odisha Link
Bridging the Missing Links in Odisha

ନିର୍ଭୟା ମାମଲା: ଦୋଷୀଙ୍କୁ ପୃଥକ ଫାଶୀ ପାଇଁ ଆଜି ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ। ସୁପ୍ରିମକୋର୍ଟ ଦୋଷୀ ପବନ ପକ୍ଷରୁ ଦଲିଲ ରଖିବା ପାଇଁ ପୂର୍ବ ବିଚାରପତି ତଥା ବରିଷ୍ଠ ଆଇନଜୀବୀ ଅଂଜନା ପ୍ରକାଶଙ୍କୁ ଏମିକସ୍ ନିଯୁକ୍ତି ଦେଇଛନ୍ତି ।

ଦୋଷୀମାନଙ୍କୁ ଭିନ୍ନ ଭିନ୍ନ ସମୟରେ ଫାଶୀ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଆଜି ସୁଦ୍ଧା ଜବାବ ଦାଖଲ ପାଇଁ ସୁପ୍ରିମକୋର୍ଟ ୪ଜଣ ଦୋଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଶୁଣାଣି ବେଳେ ଦୋଷୀ ବିନୟ ଶର୍ମା ଫାଶୀ ତାରିଖ ଟାଳିବା ପାଇଁ ଆବେଦନ କରିବା ସହ କହିଥିଲା ଯେ, ସେ ଆଇନର ଛାତ୍ର ଥିଲା ଏବଂ କଂଗ୍ରେସର କାର୍ଯ୍ୟକର୍ତା ମଧ୍ୟ ଥିଲା। ଅଦାଲତରେ ବିନୟ ଶର୍ମା ପକ୍ଷରୁ ଓକିଲ ଏପି ସିଂହ ଦଲିଲ୍‌ ରଖିଥିଲେ।

Comments are closed.