Odisha Link
Bridging the Missing Links in Odisha

ଜନ୍ମ ହେବା କ୍ଷଣି ମୁଣ୍ଡ ଉପରେ ୧୮ ହଜାର ଋଣ!

ଭୁବନେଶ୍ବର: ଛୁଆ ଜନ୍ମ ହେବା କ୍ଷଣି ମୁଣ୍ଡ ଉପରେ ୧୮ ହଜାର ଋଣ। ରାଜ୍ୟର ମୁଣ୍ଡପିଛା ଋଣ ଭାର ବଢି ୧୮ ୪୯୭ ଟଙ୍କାରେ ପହଞ୍ଚିଛି। ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। ଉତ୍ତର ମୁତାବକ, ଓଡ଼ିଶାରେ ୧୮ ହଜାର ଟଙ୍କାର ଋଣବୋଝ ସହ ଜନ୍ମ ନେଉଛନ୍ତି ନବଜାତକ । ଏହାବାଦ୍ ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ୨୦୧୯ ସୁଦ୍ଧା ଋଣ ଭାର ହେଉଛି ୮୪,୬୭୬.୩୫ କୋଟି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ପରିମାଣ ୧୦୬୫୨୬.୮୬ କୋଟି ହେବ ବୋଲି ବଜେଟରେ ଆକଳନ କରାଯାଇଛି। ଡିସେମ୍ବର ୨୦୧୯ ସୁଦ୍ଧା ରାଜ୍ୟ ସରକାରଙ୍କ ମୁଣ୍ଡପିଛା ଋଣଭାର ହେଉଛି ୧୮୪୯୭.୫୮ ଟଙ୍କା ରହିଛି ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Comments are closed.