Odisha Link
Bridging the Missing Links in Odisha

ପ୍ରାଣ ହରାଇବା ପୂର୍ବରୁ ପୋଷ୍ଟ କରିଥିଲେ ‘ବାଏ ବାଏ ପିପୁଲ୍’

ଭୁବନେଶ୍ୱର: ଇନ୍‌ଷ୍ଟାଗ୍ରାମ୍‌ରେ ଶେଷ ଥର ପାଇଁ ‘ବାଏ ବାଏ ପିପୁଲ୍’ ପୋଷ୍ଟ କରି ଗତକାଲି ରାଜଧାନୀର ଏକ ଆପାର୍ଟମେଣ୍ଟରୁ ଖସି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ନାବାଳିକାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ଏବେ ଏହାକୁ ନେଇ ସସ୍‌ପେନ୍ସ ବଢ଼ୁଛି। ପରିବାର ଲୋକେ କିନ୍ତୁ ଏ ସମ୍ପର୍କରେ ମୁହଁ ଖୋଲୁନାହାଁନ୍ତି। କ’ଣ ପାଇଁ ନାବାଳିକା ଜଣଙ୍କ ଏପରି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲା ସେ ବିଷୟରେ କିଛି ଜଣାପଡ଼ି ନାହିଁ। ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ଗତକାଲି ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ ଭାରସାମ୍ୟ ହରାଇ ନାବାଳିକା ଖସିପଡ଼ି ପ୍ରାଣ ହରାଇଥିବା ନେଇ ପ୍ରାଥମିକ ସୂଚନା ମିଳିଥିଲା। କିନ୍ତୁ ଆଜି ସଂପୃକ୍ତ ଛାତ୍ରୀ ବ୍ୟବହାର କରୁଥିବା ସୋଶାଲ୍‌ ଆକାଉଣ୍ଟରୁ ଏକ ପୋଷ୍ଟକୁ ନେଇ ଏବେ ସସ୍‌ପେନ୍ସ ଲାଗି ରହିଛି। ମୃତ ଛାତ୍ରୀ ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ମୃତ୍ୟୁ ପୂର୍ବରୁ ଇଂରାଜୀରେ ‘ବାଏ ବାଏ ପିପୁଲ୍’ ବୋଲି ଲେଖାଯାଇଛି। ଏବଂ ଏପରି ପୋଷ୍ଟ ଦେଖି ବହୁ ବ୍ୟକ୍ତି ପ୍ରଶ୍ନ ପଚାରିଥିବା ବେଳେ ଉତ୍ତରରେ ମୁଁ ସ୍ୱର୍ଗକୁ ଯିବି, ମୁଁ ମରିବାକୁ ଚାହେଁ ବୋଲି ଏମିତି ଅନେକ ଉତ୍ତର ଦେଇଛନ୍ତି ନାବାଳିକା।

Comments are closed.