Odisha Link
Bridging the Missing Links in Odisha

ବୋନି ଓ ସଲ୍‌ମାନ୍‌ଙ୍କ ମଧ୍ୟରେ ବିଗିଡ଼ିଥିବା ସମ୍ପର୍କର କାରଣ ଅର୍ଜୁନ୍‌ !

ମୁମ୍ବାଇ : ବଲିଉଡରେ ସଲମାନ ଖାଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି। କିଏ ତାଙ୍କୁ ଦୟାଳୁ ଡାକନ୍ତି ତ କିଏ କିଙ୍ଗ ଖାଁ ତାଛଡ଼ା ତାଙ୍କର ଅନ୍ୟ ଏକ ନାଁ ହେଉଛି ଆଙ୍ଗ୍ରି ବୟ । ସଲମାନ ଦୟାଳୁ ସହିତ ବହୁତ ରାଗି । ସେଥିପାଇଁ ତାଙ୍କ ସହ କେହି ପଙ୍ଗା ନିଅନ୍ତି ନାହିଁ ।

ସିନେ ଜଗତରେ ସମସ୍ତେ ସଲମାନଙ୍କ ରାଗକୁ ଭୟ କରନ୍ତି । ସେ କାହା ଉପରେ ରାଗି ଯାଆନ୍ତି ତାକୁ ଆଉ ପାଖକୁ ଆସିବାକୁ ଦିଅନ୍ତି ନାହିଁ । ଏବେ ବଲିଉଡ୍‌ ଅଭିନେତା ଅର୍ଜୁନ୍‌ କପୁର ଓ ସଲମାନ୍‌ ଖାନ୍‌ଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଚାଲିଛି । ପୂର୍ବରୁ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। କିନ୍ତୁ ଦୀର୍ଘଦିନ ହେଲା ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଛି। ଆଉ ଏବେ ଅର୍ଜୁନଙ୍କ ବାପା ବୋନି କପୁର ମଧ୍ୟ ଏହି କଥା ମାନିଛନ୍ତି ।

ସୂଚନା ଅନୁସାରେ ସଲ୍‌ମାନ୍‌ଙ୍କ ଭାଉଜ ମଲାଇକାଙ୍କ ସହ ଅର୍ଜୁନ୍‌ କପୁରଙ୍କ ଅଫେୟାରକୁ ନେଇ ସଲ୍‌ମାନ୍‌ ରାଗି ଯାଇଥିଲେ। ସଲ୍‌ମାନ୍‌ ସେମାନଙ୍କ ସଂପର୍କ ବିଷୟରେ ଜାଣିଲା ପରେ ଅର୍ଜୁନ୍‌ଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ ।

ରିପୋର୍ଟ ମୁତାବକ୍‌ ଅରବାଜ ଓ ମଲାଇକାଙ୍କ ମଧ୍ୟରେ ବିବାହ ବିଚ୍ଛେଦର କାରଣ ଅର୍ଜୁନ୍‌ ବୋଲି ସଲମାନ୍‌ ମନେକରନ୍ତି। ଅନ୍ୟପଟେ ଅରବାଜ୍‌ଙ୍କ ସହ ଡିଭୋର୍ସ ହେବା ପରେ ମଲାଇକା ଓ ଅର୍ଜୁନ ନିଜ ସମ୍ପର୍କ ବିଷୟରେ ଘୋଷଣା କରିସାରିଲେଣି । ଏମାନେ ପ୍ରାୟ ସମୟରେ ଏକାଠି ଛୁଟି ବିତେଇବାକୁ ଯାଆନ୍ତି ଓ ଏହାର ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ଶେୟାର କରିଥାନ୍ତି। ଚର୍ଚ୍ଚା ହେଉଛି ଯେ ଚଳିତବର୍ଷ ଶେଷ ଆଡ଼କୁ ଏମାନେ ବାହା ହୋଇପାରନ୍ତି ।

ବୋନି କପୁର ସଲମାନଙ୍କ ସହ ଥିବା ସମ୍ପର୍କ ବିଷୟରେ ମୁହଁ ଖୋଲି କହିଛନ୍ତି, ‘ଅର୍ଜୁନ ଜଣେ ନିର୍ଦ୍ଦେଶକ ହେବାକୁ ଚାହୁଁଥିଲେ, ମୁଁ ମଧ୍ୟ କେବେ ତାଙ୍କୁ ବଲିଉଡ୍‌ରେ ଲଞ୍ଚ୍‌ କରିବାକୁ ଭାବିନଥିଲି। ହେଲେ ସଲ୍‌ମାନ୍‌ ହିଁ ତାଙ୍କୁ ବଲିଉଡ୍‌ରେ ଲଞ୍ଚ୍‌ କରିବାକୁ ମୋତେ କହିଥିଲେ ।

ସଲ୍‌ମାନ୍‌ କହିଥିଲେ ଯେ ଅର୍ଜୁନ୍‌ଙ୍କୁ ଅଭିନୟରେ କ୍ୟାରିୟର୍‌ କରିବା ଉଚିତ୍। ଜଣେ ଅଭିନେତା ହେବାର ସମସ୍ତ ଗୁଣ ତାଙ୍କ ପାଖରେ ରହିଛି। ସଲ୍‌ମାନ୍‌ ଅର୍ଜୁନ୍‌ଙ୍କୁ ବହୁତ ସାହାଯ୍ୟ କରିଛନ୍ତି, ସେ ହିଁ ତାଙ୍କୁ ଗାଇଡ୍‌ କରିଛନ୍ତି।’ ଆଗକୁ ବୋନି କହିଥିଲେ, ‘ଏହା ଦୁର୍ଭାଗ୍ୟଜନକ ଯେ ସଲ୍‌ମାନ୍‌ ସହ ଏବେ ସମ୍ପର୍କ ଖରାପ ହୋଇଯାଇଛି । ଅର୍ଜୁନଙ୍କୁ ଅଭିନୟ ଦୁନିଆରେ ଆଣିବା ପାଇଁ ସେ ଯେଉଁଭଳି ଭାବେ ପ୍ରୋତ୍ସାହନ ଦେଇଥିଲେ ସେଥିପାଇଁ ମୁଁ ତାଙ୍କ ନିକଟରେ ଚିର ଋଣୀ।’ ଅବଶ୍ୟ ବୋନି ସମ୍ପର୍କ ଖରାପ ହେବାର କାରଣ କ’ଣ, ସେ ବିଷୟରେ କିଛି ବି କହିନାହାଁନ୍ତି ।