Odisha Link
Bridging the Missing Links in Odisha

ସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ

ନୂଆଦିଲ୍ଲୀ: ସେନାରେ ମହିଳାଙ୍କର ବଡ ବିଜୟ। ସ୍ଥଳ ସେନାରେ ମହିଳାଙ୍କ ପାଇଁ ଗଠନ ହେବ ସ୍ଥାୟୀ କମିଶନ। ସ୍ଥାୟୀ କମିଶନ ଗଠନ ନେଇ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ। ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁ୍ତ୍ବପୂର୍ଣ୍ଣ ରାୟକୁ କାଏମ୍‌ ରଖିଛନ୍ତି ସୁପ୍ରିମକୋର୍ଟ। ସ୍ଥାୟୀ କମିଶନ ଗଠନ ପାଇଁ କେନ୍ଦ୍ରକୁ ୩ ମାସର ଡେଡ୍‌ଲାଇନ ଦେଇଛନ୍ତି ସୁପ୍ରିମକୋର୍ଟ। ସେନାରେ ଉଭୟ ପୁରୁଷ ଓ ମହିଳାଙ୍କୁ ସମାନ ଅଧିକାର ସପକ୍ଷରେ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ। କେନ୍ଦ୍ର ସରକାରଙ୍କ ଆବେଦନ ଗ୍ରହଣୀୟ ନୁହେଁ, କେନ୍ଦ୍ର ସରକାରଙ୍କ ମାନସିକତାରେ ପରିବର୍ତ୍ତନ ଆବଶ୍ୟକବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେନାରେ ସବୁବେଳେ ସମାନତା ରହିବା ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ସୂଚନାଯୋଗ୍ୟ: ୨୦୧୦ରେ ସ୍ଥାୟୀ କିମିଶନ ସପକ୍ଷରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଦେଇଥିଲେ ମାତ୍ର କେନ୍ଦ୍ର ସରକାରଙ୍କ ସ୍ଥାୟୀ କମିଶନ ଗଠନ ରାୟକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲା କେନ୍ଦ୍ର।

Comments are closed.