Odisha Link
Bridging the Missing Links in Odisha

ଓୟୁଏଟିକୁ ୫-ଟି ସଚିବଙ୍କ ଅଚାନକ ଗସ୍ତ

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ (ଓୟୁଏଟି)କୁ ଅଚାନକ ଗସ୍ତ କରିଛନ୍ତି ୫-ଟି ସଚିବ ଭି. କାର୍ତିକେୟାନ ପାଣ୍ଡିଆନ୍। ଓୟୁଏଟି ପରିସର ବୁଲିବା ସହ ଭିତିଭୂମିର ବିକାଶ ନେଇ ଅଧିକାରୀଙ୍କ ସହ ପାଣ୍ଡିଆନ୍ ଆଲୋଚନା କରିଛନ୍ତି। ଏହାସହ ଓୟୁଏଟି ପରିସରରେ ଥିବା ହଷ୍ଟେଲ ଓ ମେସ୍ ବ୍ୟବସ୍ଥାର ମଧ୍ୟ ତଦାରଖ କରିଛନ୍ତି। ଓୟୁଏଟି ପ୍ରାଙ୍ଗଣରେ ପହଁଞ୍ଚି ଛାତ୍ରାବାସ ଏବଂ ମେସ୍ ସୁବିଧା ଉପରେ ନିରୀକ୍ଷଣ କରିବା ସହ ବିଶ୍ୱବିଦ୍ୟାଳୟ ସମ୍ବନ୍ଧରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଭି.କେ. ପାଣ୍ଡିଆନଙ୍କ ଗସ୍ତ ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ପବନ କୁମାର ଅଗ୍ରୱାଲ ଓ ବେସିକ୍ ସାଇନ୍ସ କଲେଜ ନିର୍ଦେଶକ ବିକାଶ ଚନ୍ଦ୍ର ପଣ୍ଡାଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Comments are closed.