Odisha Link
Bridging the Missing Links in Odisha

ମାଟ୍ରିକ ପାଇଁ ତ୍ରୀସ୍ତରୀୟ ସୁରକ୍ଷା

କଟକ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ଶ୍ରରକାନ୍ତ ତରାଇ ଏନେଇ ସୂଚନା ଦେଇ କହିଛନ୍ତି ଯେ, ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବୋର୍ଡ ବ୍ୟାପକ ପଦକ୍ଷେପ ନେଇଛି। ଫାଇଂ ସ୍କ୍ବାର୍ଡ, ବୋର୍ଡ ଓ ଜିଲ୍ଲା ପ୍ରଶାସନ ଭଳି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏତିସହ ୧୦୦୦ଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ଚଳିତ ବର୍ଷ ସ୍ବତନ୍ତ୍ର ଭାବେ ପରୀକ୍ଷା ପର୍ଯ୍ୟବେକ୍ଷକ ରହି ପରୀକ୍ଷାକୁ ତଦନ୍ତ କରିବେ। ସୂଚନାଯୋଗ୍ୟ, ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ।

Comments are closed.