Odisha Link
Bridging the Missing Links in Odisha

ରାଜ୍ୟରେ ବଢ଼ୁଛି ଦୁଷ୍କର୍ମ ମାମଲା, ମୟୂରଭଞ୍ଜ ଆଗରେ

ଭୁବନେଶ୍ବର: ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛନ୍ତି। ଏସବୁ ସତ୍ତ୍ବେ ରାଜ୍ୟରେ ନାରୀ ନିର୍ଯାତନା ମାମଲା ଦିନକୁ ଦିନ ବଢ଼ି ଚାଲିଛି। ୨୦୧୯ ମସିହାରେ ରାଜ୍ୟରେ ଦୁଷ୍କର୍ମ ମାମଲା ବଢିଛି। ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର।

୨୦୧୮ରେ ସାରା ରାଜ୍ୟରେ ୨୫୦୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ଏହା ୧୭.୯ ପ୍ରତିଶତ ବଢି ୨୯୫୦ରେ ପହଞ୍ଚିଛି। ଭୁବନେଶ୍ୱର ଅର୍ବାନ ପୁଲିସ ଜିଲ୍ଲାରେ ୨୨.୨ ପ୍ରତିଶତ ଦୁଷ୍କର୍ମ ମାମଲା ବଢିଛି। ୨୦୧୮ରେ ୧୨୨ ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୧୯ରେ ୧୪୯ ମାମଲା ପଞ୍ଜିକୃତ ହୋଇଛି।

ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୦୩ଟି ମାମଲା ପଞ୍ଜିକୃତ ହୋଇଛି। ସେହିପରି ଯାଜପୁରରେ ୧୬୬ ଓ ଗଞ୍ଜାମରେ ୧୨୮ ମାମଲା ରୁଜୁ ହୋଇଛି। ଏହାଛଡ଼ା ମହିଳା ଚାଲାଣ ନେଇ ୨୦୧୮ରେ ୫୧ ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ୧୨୯.୪ ପ୍ରତିଶତ ବଢିଛି। ସେହିପରି ମହିଳାଙ୍କୁ ଦୁର୍ବ୍ୟବହାର ମାମଲା ମଧ୍ୟ ୨୪.୯ ପ୍ରତିଶତ ବଢିଛି। ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ୨୦୧୮ ତୁଳନାରେ ୧୩.୧ ପ୍ରତିଶତ ବଢିଥିବା ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି।

Comments are closed.