Odisha Link
Bridging the Missing Links in Odisha

ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଭଗବାନ ମାନି ପୂଜା କରନ୍ତି ତେଲେଙ୍ଗାନାର ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଆସନ୍ତା ୨୪ରେ ୨ଦିନିଆ ଗସ୍ତରେ ଭାରତ ଗସ୍ତରେ ଆସିବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍। ଏହାବ୍ୟତୀତ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ମଧ୍ୟ ୨ଦିନିଆ ଗସ୍ତରେ ଭାରତ ଆସିବେ। ଉଭୟେ ଫେବୃଆରୀ ୨୪ ଓ ୨୫ରେ ଭାରତ ଗସ୍ତରେ ଆସିବେ। ଏହି ସମୟରେ ଟ୍ରମ୍ପ ଅହମ୍ମଦାବାଦ, ଦିଲ୍ଲୀ ଓ ଆଗ୍ରା ଯିବାର ବି ଯୋଜନା ରହିଛି। ତାଙ୍କର ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି ହେଉଛି। ଏହି ସବୁ ଭିତରେ ଏମିତି ଜଣେ ବ୍ୟକ୍ତି ସାମ୍ନାକୁ ଆସିଛନ୍ତି ଯିଏକି ଡୋନାଲଡ ଟ୍ରମ୍ପଙ୍କୁ ଭଗବାନ ଭଳି ପୂଜା କରୁଛନ୍ତି।

ତେଲେଙ୍ଗାନାର ଏକ ଗ୍ରାମରେ ବସବାସ କରୁଥିବା ବୁସା କୃଷ୍ଣା କହନ୍ତି, ଚାରିବର୍ଷ ପୂର୍ବେ ଟ୍ରମ୍ପ ଯେତେବେଳେ ଆମେରିକାର ରାଷ୍ଟ୍ରପତି ହୋଇଥିଲେ ସେ ମୋ ସ୍ୱପ୍ନରେ ଆସିଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ଭାରତଗ୍ରସ୍ତ ପୂର୍ବରୁ ମୁଁ ତାଙ୍କ ପାଇଁ ନିଜ ଘରକୁ ମନ୍ଦିର କରି ଦେଇଛି। ଟ୍ରମ୍ପଙ୍କ ପାଇଁ ମୋର ଭଲ ପାଇବା ଭକ୍ତିରେ ବଦଳି ଯାଇଥିଲା। ଯାହାକୁ ନେଇ ମୁଁ ବହୁତ ଖୁସି ଅଛି। ଏହି କାରଣରୁ ମୁଁ ତାଙ୍କୁ ଭଗବାନଙ୍କ ଭଳି ପୂଜା କରୁଛି।

କୃଷ୍ଣା ଆହୁରି କହିଛନ୍ତି ଯେ, ମୋତେ ମୋର ପରିବାର ଓ ସମ୍ପର୍କୀୟଙ୍କୁ ନେଇ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଛି। ସେମାନଙ୍କ କହିବାନୁସାରେ ମୁଁ ଏଭଳି କରି ସାମାଜରେ ସେମାନଙ୍କ ଅପମାନ କରୁଛି। ମୁଁ ତାଙ୍କୁ ବୁଝାଇଥିଲି, ତୁମେ ଯେମିତି ଭଗବାନଙ୍କ ପୂଜା କରୁଛ, ସେମିତି ମୁଁ ଡୋନାଲ୍ଡ ଟ୍ରମ୍ପଙ୍କୁ ପୂଜା କରୁଛି। ତାଙ୍କ ଉପରେ ବିଶ୍ୱାସ ରଖିଛି। ତେଣୁ ଟ୍ରମ୍ପଙ୍କ ପୂଜା କରିବାରେ ମୋତେ କେହି ଅଟକାଇ ପାରିବେ ନାହିଁ।

Comments are closed.