Odisha Link
Bridging the Missing Links in Odisha

କାଲିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍ ସିରିଜ୍

ଓ୍ବିଲିଙ୍ଗଟନ: କାଲିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍ ସିରିଜ। ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଟେଷ୍ଟ୍ ଫେବୃୟାରୀ ୨୧ରୁ ୨୫ତାରିଖ ଯାଏଁ ଓ୍ବିଲିଙ୍ଗଟନର ବେସିନ୍ ରିଜର୍ଭ ପାର୍କରେ ଖେଳାଯିବ। ଉଭୟ ଟିମ୍ ଦୁଇ ଦିନ ପୂର୍ବରୁ ଏଠାରେ ପହଞ୍ଚି ମ୍ୟାଚ୍‌ ଜିତିବା ପାଇଁ ଅଭ୍ୟାସ ଚଳାଇଛନ୍ତି।

ମ୍ୟାଚର ଦିନକ ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଚୂଡ଼ାନ୍ତ ଏକାଦଶରେ ସିନିୟର୍ ଷ୍ଟାର୍ ପେସ୍ ବୋଲର ଈଶାନ୍ତ ଶର୍ମା ଓ ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବା ନେଇ ସଙ୍କେତ ଦେଇଛନ୍ତି। ପ୍ରଥମ ଟେଷ୍ଟରେ ଋଷଭ ପନ୍ତଙ୍କ ବଦଳରେ ଋଦ୍ଧିମାନ ସାହା ୱିକେଟ କିପର ଭାବେ ଖେଳିପାରନ୍ତି। ଟେଷ୍ଟ ପାଇଁ ନମ୍ବର-୬ ବ୍ୟାଟ୍ସମ୍ୟାନ୍ ଭାବେ ହନୁମା ବିହାରୀଙ୍କୁ ପଞ୍ଚମ ବୋଲର ଭାବେ ଖେଳାଯାଇପାରେ। ସେହିପରି ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଈଶାନ୍ତ ସ୍ପେଶାଲିଷ୍ଟ ପେସର୍ ଭାବେ ଓହ୍ଲାଇବେ। ରବିଚନ୍ଦ୍ରନ୍ ଅଶ୍ୱିନ୍ ଏକମାତ୍ର ସ୍ପିନର୍ ବିକଳ୍ପ ଭାବେ ଖେଳିପାରନ୍ତି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଖେଳି ପାରନ୍ତି।

ସମ୍ଭାବ୍ୟ, ମୟଙ୍କ ଅଗ୍ରୱାଲ୍‌, ପୃଥ୍ୱୀ ଶ’, ଚେତେଶ୍ୱର ପୂଜାରା, ବିରାଟ୍ କୋହଲି (କ୍ୟାପଟେନ୍‌), ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଦ୍ଧିମାନ ସାହା, ରବିଚନ୍ଦ୍ରନ୍ ଅଶ୍ୱିନ୍‌/ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଈଶାନ୍ତ ଶର୍ମା ଖେଳିବେ।

Comments are closed.