ସର୍ବକ୍ଷମା ପୁନଃବିଚାର ରୁଲିଂ

ଭୁବନେଶ୍ୱର: ଆଜି ବିଧାନସଭାରେ ସର୍ବକ୍ଷମା ଯୋଜନାର ଡେଡଲାଇନ ବଢାଇବାକୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଦାବି କରିଛନ୍ତି। ବିଧାନସଭାରେ ଶ୍ରୀ ମିଶ୍ରଙ୍କ ଦାବିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ରୁଲିଂ ଦେଇଛନ୍ତି। ଏହା ଉପରେ ପୁନଃବିଚାର କରିବାକୁ ନଗର ଉନ୍ନୟନ ବିଭାଗକୁ ବାଚସ୍ପତି ନିଦେ୍ର୍ଧଶ ଦେଇଛନ୍ତି। ୧୫ ଦିନ ବଢାଯିବା ପରେ ଆଜି ସର୍ବକ୍ଷମା ଯୋଜନାର ଡେଡଲାଇନ ସରୁଛି।
ସୂଚନାଯୋଗ୍ୟ ଯେ, ଆଉ ସର୍ବକ୍ଷମା ଅବଧି ବଢିବ ନାହିଁ ବୋଲି ଆଜି ଏନେଇ ନଗର ଉନ୍ନୟନ ମନ୍ତ୍ରୀ ସ୍ପଷ୍ଟ କରିଥିଲେ। ପର୍ଯ୍ୟାପ୍ତ ସୁଯୋଗ ଦେଇଛୁ। ଆଉ ବଢିବ ନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ। ଯେଉଁମାନେ ଆବେଦନ କରିନାହାନ୍ତି ସେମାନଙ୍କୁ ଆଉ ସୁଯୋଗ ମିଳିବନି । ଖିଲାପୀଙ୍କ ପ୍ରତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ପ୍ରଥମେ ଫେବ୍ରୁଆରୀ ୫ ଓ ପରେ ଆଉ ୧୫ ଦିନ ଅବଧି ବଢିଥିଲା।