ଫରେଷ୍ଟ ଗାର୍ଡଙ୍କ ଗିରଫ ଦାବିରେ ଦୁଧିଆଣି ରେଞ୍ଜ ଅଫିସ୍ ଘେରିଲେ ଲୋକେ

କରଞ୍ଜିଆ: କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅଫିସ୍ ଘେରାଉ କରିବା ସହ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ଜଣେ ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ବୃଦ୍ଧାଙ୍କୁ ଦୁଧିଆଣି ଫରେଷ୍ଟ ଗାର୍ଡ ମାଡ ମାରିବା ସହ ଉଠ ବସ କରିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ଅଭିଯୁକ୍ତ ଫରେଷ୍ଟ ଗାର୍ଡଙ୍କ ଗିରଫ ସହ ବଦଳି ଦାବି କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ବାର୍ହାପାନପୋଷି ଗ୍ରାମର ଜଣେ ଗର୍ଭବତୀ ମହିଳା ଓ ଜଣେ ବୃଦ୍ଧାଙ୍କୁ କାଠ ଚୋରି ସନ୍ଦେହରେ ସମ୍ପୃକ୍ତ ମହିଳା ଫରେଷ୍ଟ ଗାର୍ଡ ମାଡ ମାରିଥିବ ନେଇ ଅଭିଯୋଗ ହୋଇଥିଲା। ପିଡୀତା ଗର୍ଭବତୀ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ତାଟୋ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କରଞ୍ଜିଆ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।