Odisha Link
Bridging the Missing Links in Odisha

ଭୂତ ସିନେମାକୁ ପଛରେ ପକାଇଲା ସିନେମା’ଶୁଭ ମଙ୍ଗଳ ସାବଧାନ୍’

ମୁମ୍ବାଇ : ଗତକାଲି ଭିକ୍କି ଓ ଆୟୁଷ୍ମାନ୍ ଙ୍କ ସିନେମା ସିନେମ ପରଦାକୁ ଆସି ସାରିଛି । ସୂଚନା ମୁତାବକ ପ୍ରଥମ ଦିନରେ ବମ୍ପର ଆୟ କରିଛି ସିନେମା ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ୍‌’। ସମଲିଙ୍ଗୀ ସମ୍ପର୍କ ଉପରେ ଆଧାରିତ ଏହି ସିନେମାକୁ ବେଶ୍‌ ପସନ୍ଦ କରିଛନ୍ତି ଦର୍ଶକ ।

ଏଥିରେ ସବୁଥର ପରି ନିଆରା ଅନ୍ଦାଜରେ ପୁଣିଥରେ ଆୟୁଷ୍ମାନ ଦର୍ଶକଙ୍କ ମନ ଜିତିଛନ୍ତି । ସିନେମା ସମୀକ୍ଷକ ତରନ ଆଦର୍ଶଙ୍କ ଅନୁଯାୟୀ ସିନେମାଟି ପ୍ରଥମ ଦିନରେ ୯.୫୫ କୋଟି ଟଙ୍କା ଆୟ କରିଛି ।

ଭିକ୍କି କୌଶଲଙ୍କ ସିନେମା ‘ଭୂତ୍‌’ ବକ୍ସ ଅଫିସରେ ସେତେ ଭଲ ପ୍ରଦର୍ଶନ କରିପାରି ନାହିଁ। ସିନେମା ସମୀକ୍ଷକ ତରନ ଆଦର୍ଶଙ୍କ ସୂଚନା ଅନୁଯାୟୀ ପ୍ରଥମ ଦିନରେ ଏହା ୫.୧୦ କୋଟି ଟଙ୍କା ଆୟ କରିଛି । ସିନେମାକୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଭିକ୍କିଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଛନ୍ତି । ହେଲେ ସିନେମାର କାହାଣୀକୁ ଦର୍ଶକଙ୍କୁ ସେତେଟା ଖୁସି କରିପାରିନାହିଁ ।

Comments are closed.