Odisha Link
Bridging the Missing Links in Odisha

ଦୁଇଦିନ ପାଇଁ ଭୁବନେଶ୍ବରରେ ରହିବେ ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ଆସନ୍ତାକାଲି ଭୁବନେଶ୍ବର ଆସୁଛନ୍ତି ପୁରୀ ଗୋବର୍ଦ୍ଧନ ମଠର ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଜଣେ ଅନୁଗାମୀଙ୍କ ଘରେ ଦୁଇଦିନ ଅବସ୍ଥାନ କରିବା ପରେ ସେ ରେଳ ଯୋଗେ କଲିକତା ଯିବାର କାର୍ଯ୍ୟକ୍ରମ ରହିଛି।

ପୁରୀ ଗୋବର୍ଦ୍ଧନ ମଠରୁ ମିଳିଥିବା କାର୍ଯ୍ୟସୂଚୀ ଅନୁସାରେ ଫେବ୍ରୁଆରୀ ୨୪ ତାରିଖ ସଂଧ୍ୟା ୬ଟାରେ ଶଙ୍କରାଚାର୍ଯ୍ୟ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳ ନୀଳାଦ୍ରି ବିହାରରେ ପହଞ୍ଚିବେ। ସେଠାରେ ସେକ୍ଟର ୫ ଲେନ୍‌ ୪ର ପ୍ଲଟ୍‌ ନମ୍ବର ୪୧୬ରେ ଥିବା ଅନୁଗାମୀ ଗୋବର୍ଦ୍ଧନ ସ୍ବାଇଁଙ୍କ ଘରେ ସେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ଶ୍ରୀ ସ୍ବାଇଁଙ୍କ ଘରେ ଶଙ୍କରାଚାର୍ଯ୍ୟ ରାତ୍ରିଯାପନ କରିବେ। ପରଦିନ ୨୫ ଫେବ୍ରୁଆରୀ ନିଜର ଦାନ୍ତ ଚିକିତ୍ସା ପାଇଁ ସେ ମଧ୍ୟାହ୍ନରେ କିମ୍‌ସ ହସ୍ପିଟାଲ ଯିବେ। ସେଦିନ ଅପରାହ୍ଣ ୫ଟା ୩୦ରେ ଶ୍ରୀ ସ୍ବାଇଁଙ୍କ ଘରେ ଶଙ୍କରାଚାର୍ଯ୍ୟ ଶ୍ରଦ୍ଧାଳୁଙ୍କୁ ଆଶୀର୍ବଚନ ପ୍ରଦାନ କରିବେ।

ମଧ୍ୟରାତ୍ରିରେ ଜଗନ୍ନାଥ ଏକ୍ସପ୍ରେସ୍‌ ଯୋଗେ ଶଙ୍କରାଚାର୍ଯ୍ୟ ଭୁବନେଶ୍ବରରୁ ହାଓଡ଼ା ଯାତ୍ରା କରିବେ।

Comments are closed.