Odisha Link
Bridging the Missing Links in Odisha

ଇରାନ ସୀମାରେ ଭୂମିକମ୍ପ; ୯ ମୃତ

ଇସ୍ତାନବୁଲ : ତୁର୍କୀର ସୀମାନ୍ତ ଇରାନର ଉତ୍ତର-ପଶ୍ଚିମାଞ୍ଚଳରେ ଗତକାଲି ବଡଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରହିଥିଲା। ଏହି ଭୂମିକମ୍ପ ପ୍ରଭାବରେ ତୁର୍କୀରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ରବିବାର ରାତି ୯ଟା ୩୦ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଇରାନର ହବାସ-ଇ-ଓଲ୍ୟାକୁ ଭୂମିକମ୍ପର ଉତ୍ପତ୍ତିସ୍ଥଳ ବୋଲି ଚିହ୍ନଟ କରାଯାଇଛି। ଏହା ତୁର୍କୀ ସୀମାଠାରୁ ୧୦କିମି ଦୂର।

Comments are closed.