ନିଆଳି ତହସିଲ ଅଫିସ୍ରେ ନିଆଁ

କଟକ: ତହସିଲ ଅଫିସ୍ରେ ନିଆଁ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ନିଆଳି ତହସିଲ ଅଫିସରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ପ୍ରୟାସ ଜାରି ରଖିଛନ୍ତି। ନିଆଁରେ ଅଫିସ୍ର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। କମ୍ପ୍ୟୁଟର ସେକ୍ସନ୍ରେ ନିଆଁ ଲାଗିଥିବାରୁ ନିଆଁରେ ପୋଡି ହୋଇ ବହୁ କମ୍ପ୍ୟୁଟର ନଷ୍ଟ ହୋଇଥିବା ଜଣାପଡିଛି।