ମୋଟେରା ଅଭିମୁଖେ ଟ୍ରମ୍ପ୍

ଗୁଜୁରାଟ: ଗୁଜୁରାଟର ସାବରମତୀ ଆଶ୍ରମ ପରିଦର୍ଶନ କରି ମୋଟେରା ଷ୍ଟାଡିୟମ୍ ଅଭିମୁଖେ ଡୋନାଲ୍ ଟ୍ରମ୍ପ୍। ମୋଦୀଙ୍କ ସହ ରୋଡ୍ ସୋ କରି ସାବରମତୀ ଆଶ୍ରମ ପରିଦର୍ଶନ କରିବା ପରେ ଏବେ ମୋଟେରା ଷ୍ଟାଡିୟମ୍ ଅଭିମୁଖେ ଯାଉଛନ୍ତି ଡୋନାଲ୍ ଟ୍ରମ୍ପ୍। ମୋଟେରା ଷ୍ଟାଡିଅମ୍‘ ରେ ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେଠାରେ ଉଭୟ ନେତା ‘ନମସ୍ତେ ଟ୍ରମ୍ପ୍’ କାର୍ଯ୍ୟକ୍ରମରେ ମିଳିତ ଉଦ୍ବୋଧନ ଦେବେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାବରମତି ଆଶ୍ରମ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମହାତ୍ମା ଗାନ୍ଧିଙ୍କ ପ୍ରୟୋଗଶାଳା କୁହାଯାଉଥିବା ସାବରମତୀ ଆଶ୍ରମ ବିଷୟରେ ଟ୍ରମ୍ପ୍ଙ୍କୁ ଅବଗତ କରାଇବା ସହ ଚରଖା ଚଲାଇବା ଶିଖାଇଛନ୍ତି ମୋଦୀ। ଏହାପରେ ରାଷ୍ଟ୍ରପତି ଦମ୍ପତି ସାବରମତୀ ଆଶ୍ରମରେ ଥିବା ଚରଖା ଚଳାଇଥିଲେ। ଆଶ୍ରମର କର୍ମୀମାନେ ଗାନ୍ଧୀଜୀ କେମିତି ଏଥିରେ ସୂତା କାଟୁଥିଲେ ତାହା କହିଥିଲେ। ଏଥିସହ ମହାତ୍ମାଗାନ୍ଧୀଙ୍କର ୩ ମାଙ୍କଡର ପ୍ରତିମୂର୍ତ୍ତି ମଧ୍ୟ ଟ୍ରମ୍ପ୍ଙ୍କୁ ଦେଖାଇଛନ୍ତି।
୨ ଦିନିଆ ଭାରତ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅହମଦାବାଦ୍ଠାରେ ‘ଶଙ୍ଖନାଦ’ କରି ଭବ୍ୟ ସ୍ୱାଗତ କରାଯାଇଛି। ବିମାନବନ୍ଦରରେ ଟ୍ରମ୍ପଙ୍କୁ ଗୁଜରାଟୀ ନୃତ୍ୟଗୀତରେ ସ୍ବାଗତ କରାଯାଇଛି। ଟ୍ରମ୍ପ ଏବଂ ମେଲାନିଆ ରେଡ୍ କାର୍ପେଟ୍ରେ ଚାଲିଚାଲି ଗୁଜୁରାଟ ସଂସ୍କୃତିର ଝଲକକୁ ଉପଭୋଗ କରିଥିଲେ। ୨୨ କିଲୋମିଟରରେ ରୋଡ୍ ଶୋ’ରେ ରାସ୍ତାରେ ଶହ ଶହ ଲୋକ ଉପସ୍ଥିତ ରହି ଟ୍ରମ୍ପ୍ଙ୍କୁ ସ୍ବାଗତ କରିଥିଲେ ଏବଂବାଟରେ ମହାତ୍ମାଙ୍କ ପ୍ରିୟ ଗୀତ ରଘୁପତି ରାଘବ ରାଜାରାମ ଶୁଣିବାକୁ ମିଳିଥିଲା। ଏଥିସହ ରାସ୍ତାର ଦୁଇପଟେ ତ୍ରିରଙ୍ଗା ଦେଖିବାକୁ ମିଳିଥିଲା। ଟ୍ରମ୍ପ୍ଙ୍କ ସହ ପତ୍ନୀ ମେଲାନିଆ, କନ୍ୟା ଇଭାଙ୍କା ଏବଂ ଜ୍ୱାଇଁ ଜାର୍ଡ କୁସ୍ନର୍ ଓ ଯୁକ୍ତରାଷ୍ଟ୍ର ଆମେରିକା କ୍ୟାବିନେଟର୍ କେତେକ ବରିଷ୍ଠ ସଦସ୍ୟ ମଧ୍ୟ ଆସିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।