Odisha Link
Bridging the Missing Links in Odisha

ଘରେ ଛାଡିଦେବା ବାହାନାରେ ମହିଳାଙ୍କୁ ଅପହରଣ ଅଭିଯୋଗ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଶାଳପଡା ବସଷ୍ଟପ ନିକଟରୁ ଜଣେ ମହିଳାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ପୋଲିସ ଘଟଣାର ତଦନ୍ତ କରି ୫ଜଣଙ୍କୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା ଯାଜପୁର ଅଞ୍ଚଳର ହୋଇଥିବା ବେଳେ ଆନନ୍ଦପୁରକୁ ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ତେବେ ସେ ଫେରିବା ସମୟରେ ଶାଳପଡା ବସଷ୍ଟପରେ ବସକୁ ଅପେକ୍ଷା କରିଥିବା ବେଳେ ଘରେ ଛାଡ଼ିଦେବାକୁ କହି ୫ ଜଣ ଯୁବକ ତାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ସେଠାରୁ ଶାଳପଡା ଜଳସମ୍ପଦ ବିଭାଗର ଏକ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୱାର୍ଟରକୁ ନେଇ ଯାଇଥିଲେ। ସେଠାରେ ମହିଳାଙ୍କୁ ମାଡ଼ମାରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି। କୌଣସି ଉପାୟରେ ପୋଲିସ ଖବର ପାଇଥିଲା। ଏବଂ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହ କ୍ୱାର୍ଟରରୁ ସମ୍ପୃକ୍ତ ୫ ଯୁବକଙ୍କୁ ଆଣି ଥାନାରେ ଅଟକ ରଖିଛି ।

Comments are closed.