Odisha Link
Bridging the Missing Links in Odisha

ଆମେ ବାଟରେ ଅଛୁ : ଟ୍ରମ୍ପ୍

ନୂଆଦିଲ୍ଲୀ: ଆଜି ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌ ଏବଂ ତାଙ୍କ ପରିବାର ବର୍ଗ। ଆମେରିକାରୁ ବାହାରି ୧୧.୪୦ରେ ଅହମଦାବାଦରେ ପହଞ୍ଚିବେ ଟ୍ରମ୍ପ୍‌ । ଭାରତ ପହଞ୍ଚିବା ପୂର୍ବରୁ ଟ୍ରମ୍ପ୍‌ଙ୍କ ହିନ୍ଦୀରେ ଟ୍ବିଟ୍। ହିନ୍ଦୀରେ ଟ୍ବିଟ୍‌ କରି ଡୋନାଲ୍‌ ଟ୍ରମ୍ପ୍‌ କହିଛନ୍ତି ଯେ, ଭାରତ ଆସିବା ପାଇଁ ମୁଁ ତତ୍ପର। ଆମେ ରାସ୍ତରେ ଅଛୁ। ଏଥସହ ଅହମଦାବାଦରେ ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିବା ପାଇଁ ଅହମଦାବାଦରେ ପହଞ୍ଚି ସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସ୍ବତନ୍ତ୍ର ବିମାନ ଯୋଗେ ମୋଦୀ ଅହମଦାବାଦ ବାହାରିଥିଲେ। ଅହମଦାବାଦରେ ମୋଦୀ ଟ୍ରମ୍ପ୍‌ଙ୍କୁ ସ୍ୱାଗତ କରିବେ। ଏହା ପରେ ଟ୍ରମ୍ପ୍‌ଙ୍କ ସହ ବିଶାଳ ରୋଡ୍‌ ସୋ’ ରେ ସାମିଲ ହେବେ ମୋଦୀ। ଉଭୟ ନେତା ମୋଟେରା ଷ୍ଟାଡିୟମ୍‌ରେ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ।

ଟ୍ରମ୍ପ୍‌ଙ୍କ ଆମେରିକା ଗସ୍ତ ସମୟରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, ଭାରତ ଆପଣଙ୍କ ଆଗମନକୁ ଚାହିଁ ରହିଛି! ଆପଣଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଦୃଢ଼ କରିବ। ଖୁବ୍‌ ଶୀଘ୍ର ଆପଣଙ୍କୁ ଅହମଦାବାଦରେ ଭେଟିବି। ଟ୍ରମ୍ପ୍‌ଙ୍କ ଆଗମନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଅହମଦାବାଦରେ ଅବସ୍ଥାନ କରିଛନ୍ତି। ଟ୍ରମ୍ପ୍‌ଙ୍କ ସହ ପତ୍ନୀ ମେଲାନିଆ, କନ୍ୟା ଇଭାଙ୍କା ଏବଂ ଜ୍ୱାଇଁ ଜାର୍ଡ କୁସ୍‌ନର୍‌ ଓ ଯୁକ୍ତରାଷ୍ଟ୍ର ଆମେରିକା କ୍ୟାବିନେଟର୍‌ କେତେକ ବରିଷ୍ଠ ସଦସ୍ୟ ମଧ୍ୟ ଆସୁଛନ୍ତି। ଅହମଦାବାଦ କାର୍ଯ୍ୟକମ୍ର ପରେ ଟ୍ରମ୍ପ୍‌ ଏବଂ ମେଲାନିଆ ତାଜମହଲ ଦେଖିବାକୁ ଆଗ୍ରା ଅଭିମୁଖେ ଯାତ୍ରା କରିବେ। ସନ୍ଧ୍ୟାବେଳେ ସେଠାରୁ ସେମାନେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.