Odisha Link
Bridging the Missing Links in Odisha

ପିଏମ ମୋଦିଙ୍କୁ ଟାର୍ଗେଟ କଲେ ‘ଦଙ୍ଗଲ ଗାର୍ଲ

ମୁମ୍ବାଇ : ବଲିଉଡରି ସନ୍ୟାସି ନେଇଥିବା ଅଭିନେତ୍ରୀ ଜାଇରା ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି । କାଶ୍ମୀର ଜନ୍ମିତ ଜାଇରା ଭାରତର ବର୍ତ୍ତମାନ ପରିସ୍ଥିତି ଉପରେ ହିଁ ନିଜ ମତ ରଖୁଛନ୍ତି । ଜାଇରା ନିଜ ଅଫିସିଆଲ ଟ୍ୱିଟର ହାଣ୍ଡଲ ଜରିଆରେ ଏକ ଟ୍ୱିଟ କରି ମୋଦିଙ୍କୁ ପ୍ରଶ୍ନ କରିଛନ୍ତି କି, ” ଆପଣଙ୍କୁ ରାତିରେ ସୁଖକର ନିଦ କେମିତି ଆସୁଛି ? ଜାଇରାଙ୍କ ଏହି ଟ୍ୱିଟକୁ ତାଙ୍କ ୟୁଜର ମାନେ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି ।

https://twitter.com/ZairaWasimmm/status/1233276846206279681

କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ସାକ୍ଷତକାର ସମୟରେ କହିଥିଲେ କି, ତାଙ୍କୁ ଆମ୍ବ ଖୁବ ପସନ୍ଦ ବୋଲି । ଯାହାକୁ ନେଇ ସୋସିଆଲ ମିଡ଼ିଆ ଗୁଡିକରେ ଚର୍ଚ୍ଚା ଖୁବ ଜୋର ଧରିଥିଲା । ଏହା ପୂର୍ବରୁ ଜାଇରା ଜାମ୍ମୁ- କାଶ୍ମୀରୁ ୩୭୦ ଧାରା ଉଚ୍ଛେଦ ନେଇ ନିଜ ମତ ରଖିବା ସହ ଅନେକ ପ୍ରଶ୍ନ ଉଠାଇ ବିବାଦରେ ରହିଥିଲେ ।

ଅନେକ ସମୟରେ ଜାଇରା କାଶ୍ମୀର ସ୍ୱାଧୀନତାକୁ ନେଇ ବି ପ୍ରଶ୍ନ ଉଠାଇଥାନ୍ତି । ତାଙ୍କ ଅନୁଯାୟୀ ଏକ ଉଦ୍ଦେଶ୍ୟ ରଖାଯାଇ ହିଁ କାଶ୍ମୀର ବାସୀଙ୍କ ସ୍ୱାଧୀନତା କୁ ସେମାନଙ୍କ ଠାରୁ ଛଡାଇ ନିଆଯାଉଛି ।

Comments are closed.