Odisha Link
Bridging the Missing Links in Odisha

ବିଭାଗୀୟ ସ୍ଥାୟୀ କମିଟି-୧ଙ୍କର ବୈଠକ

ଭୁବନେଶ୍ବର : ଆଜି ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ବିଭାଗୀୟ ସ୍ଥାୟୀ କମିଟି-୧ଙ୍କର ବୈଠକ ବିଧାୟକ କିଶୋର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୃହ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଆଇନ୍‌ ବିଭାଗର ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ ଆକଳନ ସଂପର୍କିତ ଅନୁଦାନ ପାଇଁ ଦାବିର ତର୍ଜମା କରାଯାଇଥିଲା ।

ଏହି ବୈଠକରେ କମିଟିର ସଦସ୍ୟ, ସଂ ପୃକ୍ତ ବିଭାଗର ଉଚ୍ଚ ପଦାଧିକାରୀଙ୍କ ସମେତ ବିଧାନସଭାର ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ ।

Comments are closed.