Odisha Link
Bridging the Missing Links in Odisha

ଆଜି ୧୨ଘଣ୍ଟିଆ ବାଙ୍କୀ ବନ୍ଦ

ବାଙ୍କୀ: ଡବଲ ମର୍ଡର ଘଟଣାରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ବାଙ୍କୀ ବନ୍ଦ ଡାକରା ଦିଆଯାଇଛି। ଦୁଇଟି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ ଓ କ୍ରାଇମବ୍ରାଂଚ ତଦନ୍ତ ଦାବି କରି ୧୨ ଘଣ୍ଟିଆ ବାଙ୍କୀ ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ କର୍ମୀ ବାଙ୍କୀର ବିଭିନ୍ନ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ସେହିପରି କଂଗ୍ରେସ କର୍ମୀ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ କରିବେ ବୋଲି କହିଛନ୍ତି। ଫେବୃୟାରୀ ୧୫ ତାରିଖରେ ବାଙ୍କି ଅଞ୍ଚଳରେ ଡବଲ ମର୍ଡର ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।
ବୈଦେଶ୍ୱର ଥାନା ଅନ୍ତର୍ଗତ ଯୋକଲାଂଜି ଠାରେ ସରପଞ୍ଚ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଦୁବୃର୍ତ। ଅପରାହ୍ଣ ପ୍ରାୟ ୨ଟା ୩୦ରେ ପଞ୍ଚାୟତ କାର୍ଯ୍ୟ ସାରି ବାଇକରେ ଘରକୁ ଫେରୁଥିଲେ ଖଜୁରିପଦା-ନୂଆଗାଁ ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ତାଙ୍କ ସହଯୋଗୀ ଆଦିତ୍ୟ ରଣସିଂ। ୧୫ ଜଣ ଦୁବୃର୍ତ ଯୋକଲାଂଜି ଠାରେ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଗୁରୁତର ଅବସ୍ଥାରେ ବାଙ୍କୀ ହସପିଟାଲକୁ ନିଆଯାଉଥିବା ବେଳେ ଆଦିତ୍ୟ ରଣସିଂ ପ୍ରାଣ ହରାଇଥିଲେ।
ସେହିପରି କଟକ ବଡ଼ ମେଡିକାଲ ଯିବା ବାଟରେ ପ୍ରାଣ ହରାଇଥିଲା ଭଗବାନ ସ୍ୱାଇଁ। ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଦାବି ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବାଙ୍କୀ ବନ୍ଦ ଡାକରା ଦିଆଯାଇଛି।

Comments are closed.