Odisha Link
Bridging the Missing Links in Odisha

ଶ୍ରୀଜିଉଙ୍କୁ ଦର୍ଶନ କଲେ ଅମିତ ଶାହ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସକାଳ ୯ଟାରେ ପୂଜାର୍ଚ୍ଚନା କରିଥିବେ ସୂଚନା ରହିଛି। ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବରୁ ଗୃହମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା। ଅମିତ ଶାହାଙ୍କ ପୁରୀ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଅମିତ ଶାହ କଡ଼ାସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିରକୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରବେଶ କରିଥିଲେ। ଗୃହମନ୍ତ୍ରୀ ହେବା ପରେ ଏହା ହେଉଛି ଅମିତ ଶାହଙ୍କ ପ୍ରଥମ ଓଡ଼ିଶା ଗସ୍ତ।

ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅବସରରେ ଅମିତ ଶାହାଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ଅରୁଣ ସିଂହ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଶ୍ରୀଜିଉଙ୍କ ଦର୍ଶନ ପରେ ଅମିତ ଶାହ ଭୁବନେଶ୍ବର ଗସ୍ତ କରିଛନ୍ତି। ଭୁବନେଶ୍ୱରରେ ସେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ। ପ୍ରାୟ ୧୦.୨୦ରେ ଶାହା ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ମନ୍ଦିର ଭିତରେ ପ୍ରାୟ ଅଧ ଘଣ୍ଟା ବିତାଇବାର କାର୍ଯ୍ୟକ୍ରମ ରହିଛି । ଶାହାଙ୍କ ଶ୍ରୀଲିଙ୍ଗରାଜ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଲିଙ୍ଗରାଜଙ୍କ ଦର୍ଶନ ପରେ ଶାହ ମଧ୍ୟାହ୍ନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପହଞ୍ଚିବେ। ଏଥି ସହ ସେ ଦୁଇ ଦିନିଆ ଗସ୍ତ ଶେଷ କରି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Comments are closed.