Odisha Link
Bridging the Missing Links in Odisha

ବୈଦ୍ୟନାଥ ରଥଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ

ଭୁବନେଶ୍ବର : ରାଜଭବନ ପରିସରରେ ଓଡିଶାର ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସାମ୍ୟବାଦୀ ଜନନେତା ବୈଦ୍ୟନାଥ ରଥଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ କରିଥିଲେ ।

କମ୍ୟୁନିଷ୍ଟ ପାର୍ଟିର ପ୍ରଥମ ବିଧାୟକ ୧୯୫୦ ମସିହାର ରାଜ୍ୟସଭା ସଦସ୍ୟ, ଏତିହ୍ୟ ପଟିଆବନ୍ଧ ବିନ୍ଧାଣୀ ସ୍ବାଧୀନତା ସଂଗ୍ରାମୀ ଜୀବନରେ ସାଢ଼େ ତିନିବର୍ଷ ଜେଲ୍ ବରଣ , ଶହୀଦ ବାଜିରାଉତଙ୍କ ସହିତ ଅନ୍ୟ ୪ଜଣ ଶହୀଦଙ୍କ ଶବଙ୍କୁ କଟକ ମେଡ଼ିକାଲରୁ ଖାନନ ନଗର ମଶାଣିକୁ ଆଣିବା ପାଇଁ ଯେଉଁ ପାଞ୍ଚଜଣ ବ୍ୟକ୍ତି ଥିଲେ , ସେମାନଙ୍କ ମଧ୍ୟରେ ବୈଦ୍ୟନାଥ ରଥ ଥିଲେ ଅନ୍ୟତମ ।

ସ୍ବର୍ଗତ ବିଶ୍ବନାଥ ପଶାୟତ , ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ମହାନ୍ତି , ସ୍ବର୍ଗତ ଅନ୍ତନ ଚରଣ ପଟ୍ଟନାୟକ ସ୍ବର୍ଗତ ପ୍ରାଣନାଥ ଅଣ୍ଡର ଗ୍ରାଉଣ୍ଡ ଜୀବନ ଅତିବହିତ କରିବା , ଦେଶ ପାଇଁ ଜେଲବରଣ କରିଥିଲେ , ତ୍ୟାଗ କରିଥିଲେ ସ୍ବାଧୀନତା ସଂଗ୍ରାମୀ ଭତ୍ତାକୁ ।

ସ୍ବର୍ଗତ ରଥଙ୍କର ପୁସ୍ତକ ଉନ୍ମୋଚନ ଉତ୍ସବରେ ସ୍ବର୍ଗତ ରଥଙ୍କ ସାନପୁଅ ଜିତେନ୍ଦ୍ର ନାଥ ରଥ, ଲେଖକ, ଅନୁବାଦକ , ସଂଗ୍ରହକ ନୃସିଂହ ଚରଣ ସାହୁ,ଜୀବନୀ ପୁସ୍ତକର ଲେଖକ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଓ ପଟିଆ ବନ୍ଧ ସୃତି କମିଟିର ସଭାପତି ଅଭୟ ଜେନା ଉପସ୍ଥିତ ଥିଲେ ।

Comments are closed.