Odisha Link
Bridging the Missing Links in Odisha

ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ପ୍ରଭୂତ ସମ୍ଭାବନା ରହିଛି : ଦିବ୍ୟ ଶଙ୍କର

ଭୁବନେଶ୍ୱର : ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ପ୍ରଭୂତ ସମ୍ଭାବନା ରହିଛି । ଓଡ଼ିଶାରେ ଯେଣସି ଉତ୍ପାଦର ଉତ୍ପାଦନ ମୂଲ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍‌ ରହିଛି ବୋଲି ଭୁବନେଶ୍ୱରଠାରେ ୧୬ତମ ଏଣ୍ଟରେ ପ୍ରନିୟର୍ସ ସପ୍ତାହ ଉଦ୍‌ଘାଟନ କରି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ।

ସେ ରିତେଶ ଅଗ୍ରଓ୍ୱାଲ୍‌ ଏବଂ ଓମ୍‌ ମହାନ୍ତିଙ୍କ ଉଦାହରଣ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୨୦୩୦ ସୁଦ୍ଧା ରାଜ୍ୟ ଅର୍ଥନୀତିକୁ ୩ ଟ୍ରିଲିୟନ୍‌ ଡଲାରରେ ପହଞ୍ଚାଇବା କୌଣସି ଅସୁବିଧା ନାହିଁ, ଏଥି ପାଇଁ ଆମର ମାନସିକତା ଆବଶ୍ୟକତା ରହିଛି ବୋଲି କହିଥିଲେ ।

ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ତିଥିରେ ଏହି କାର୍ଯ୍ୟକ୍ରମ ଆୟୋଜନ ଅଧିକ ଗୁରୁତ୍ୱ ବହନ କରୁଥିବା ଦର୍ଶାଇ ନୂତନ ଓଡ଼ିଶା ଗଠନରେ ସେହି ମହାନ ନେତାଙ୍କ ଭୂମିକାକୁ ସ୍ମରଣ କରିଥିଲେ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ରାଜ୍ୟ ବହୁ ଉଦ୍ୟୋଗୀଙ୍କ ସମେତ ଖାଦ୍ୟ ପ୍ରକ୍ରିୟାକରଣ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ, ହ୍ୟାଣ୍ଡଲୁମ୍‌ ଓ ଟେକ୍ସଟାଇଲ୍‌, କୟର ବୋର୍ଡ ପ୍ରଭୃତିର ପ୍ରତିନିଧିଗଣ ଯୋଗଦେଇଥିଲେ ।

ଏହା ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ବିଭାଗର କାର୍ଯ୍ୟକ୍ରମର ସୂଚନା ଦେଇ ଏହି କ୍ଷେତ୍ରରେ ଲୋକଙ୍କ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇ ପାରୁଥିବା ଦୃଷ୍ଟିକୋଣରୁ ସରକାର ଏହାକୁ ସହଯୋଗ କରିବା ପାଇଁ ଆଗେଇ ଆସିଥିବା ସେ ଦର୍ଶାଇଥିଲେ ।

ନିକଟରେ ବିଭାଗ ସର୍ବୋକୃଷ୍ଟ ପ୍ରଦର୍ଶନ ଯୋଗୁଁ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସେ ସୂଚନା ଦେ ଇଥିଲେ । ସେ ଏ କ୍ଷେତ୍ରରେ ନିବେ ଶକ ତଥା ଉଦ୍ୟୋଗୀମାନ ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯେଉଁସବୁ ସମସ୍ୟା ରହିଛି ତାକୁ ସମାଧାନ କରିବା ପାଇଁ ବିଭାଗ ଯତ୍ନବାନ ଥିବା ପ୍ରକାଶ କରିଥିଲେ ।

ବର୍ତ୍ତମାନ ଆଗ ତୁଳନାରେ ପଞ୍ଜୀକରଣ, ବ୍ୟାଙ୍କ ଋଣ ଯୋଗାଣ ପ୍ରଭୃତି ଅତି ସହଜରେ ହୋଇ ପାରୁଛି ବୋଲି ସେ କହିଥିଲେ । ଇପିଏମ୍‌ ନିର୍ଦ୍ଦେଶକ ଏସ୍‌.କେ. ଜେନା ବିଭାଗ ତରଫରୁ ଏହି ସପ୍ତାହ ପାଳନର ଉଦ୍ଦେଶ୍ୟ ସଂ ପର୍କରେ ଅବଗତ କରି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ।

ପରେ ଏମ୍‌ଏସ୍‌ଏମ୍‌ଇ ଇଣ୍ଡିଆର ନିର୍ଦ୍ଦେଶକ ଡ. ଏସ୍‌.କେ. ସାହୁ ବର୍ତ୍ତମାନ ରାଜ୍ୟରେ ୪ ଲକ୍ଷ ୩୧ ହଜାର ଏମ୍‌ଏସ୍‌ଏମ୍‌ଇ ପଞ୍ଜୀକୃତ ହୋଇଥିବା ଦର୍ଶାଇ ଓଡ଼ିଶା କି ପରି ବର୍ତ୍ତମାନ ନିବେଶକମାନଙ୍କ ନିମନ୍ତେ ଏକ ସର୍ବୋତ୍ତର ପ୍ରସନ୍ଦେଯୋଗ୍ୟ ରାଜ୍ୟ ହୋଇ ପାରିଛି ସେ ସଂପର୍କରେ ସେ ତଥ୍ୟ ଉପସ୍ଥାପନ କରିଥିଲେ ।

ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ବଞ୍ଚାଇ ରଖିବାକୁ ଏବଂ ସମୃଦ୍ଧ କରିବାକୁ ହେ ଲେ କ୍ଲଷ୍ଟର ସୃଷ୍ଟି କରିବାକୁ ହେବ ବୋଲି ସେ କହିଥିଲେ । ଅନ୍ୟମାନ ଙ୍କ ମଧ୍ୟରୁ ମଞ୍ଚାସୀନ ଓଡ଼ିଶା ରାଜ୍ୟ ଅର୍ଥ ନିଗମର ପରିଚାଳନା ନିର୍ଦ୍ଦେଶକ ପି.କେ. ଜେନା ଏମ୍‌ଏସ୍‌ଏମ୍‌ଇ ପାଇଁ ନିଗମ ଦାୟିତ୍ୱ ଏବଂ ତା’ର ପରିଚାଳନା ସଂପର୍କରେ ଅବଗତ କରିଥିଲେ ।

ପରେ ଓଡ଼ିଶା ଇଣ୍ଡଷ୍ଟି୍ରଜ୍‌ ଫେଡେରେସନ୍‌ର ଅଧ୍ୟକ୍ଷ ଡ. ଶରତ କୁମାର ସାହୁ, ଓଡ଼ିଶା ହିଁ ସମଗ୍ର ଭାରତ ବର୍ଷରେ ଗୋଟିଏ ରାଜ୍ୟ ଯିଏ କି ଏଣ୍ଟରେ ପ୍ରନିୟର୍ସ ସପ୍ତାହ ପାଳନ କରୁଥିବା ଏବଂ ସେ କେଉଁ ପରିେ ପ୍ରକ୍ଷୀରେ ଶିଳ୍ପ ବିଭାଗରୁ ଏମ୍‌ଏସ୍‌ଏମ୍‌ଇକୁ ପୃଥକ କରି ଏକ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରାଯାଇଥିଲା, ତାହା ବର୍ଣ୍ଣନା କରିଥିଲେ ।

ଏଥି ସହିତ ବିଭାଗରେ ରହିଥିବା କାର୍ଯ୍ୟ ନିମନ୍ତେ ଦୂରଦୂରାନ୍ତରୁ ଆସୁଥିବା ଏଣ୍ଟରେ ପ୍ରନିୟରମାନେ ଯେପରି ହଇରାଣ ନହୁଅନ୍ତି ସେଥି ପାଇଁ ଏକ ନିର୍ଦ୍ଦିଷ୍ଟ ଦିବସ ଧାର୍ଯ୍ୟ କରି ଜଣାଇଲେ ସମସ୍ତେ ଲାଭବାନ ହୁଅନ୍ତେ ବୋଲି ସଚିବଙ୍କୁ ଅନୁରୋଧ କରିଥିଲେ ।

ତା’ଛଡ଼ା ରାଜ୍ୟସ୍ତରୀୟ ବ୍ୟାଙ୍କ ସଂଯୋଜନା କମିଟି ସୃଷ୍ଟି କରି ବ୍ୟାଙ୍କ ଏବଂ ଏଣ୍ଟରେ ପ୍ରନିୟରମାନଙ୍କ ସମନ୍ୱୟ ବୃଦ୍ଧି ପାଇଁ ଉଦ୍ୟମ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ସେହିପରି ରୁଗ୍‌ଣ ଶିଳ୍ପସଂସ୍ଥାଗୁଡ଼ିକର ପୁନରୁଦ୍ଧାର ନିମନ୍ତେ ପ୍ରୟାସ ପାଇଁ ଯୋଜନା କରିବାକୁ ଅନୁରୋଧ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଗୌରୀଶଙ୍କର ଦାସ, ମିହିର କାନୁନ୍‌ଗୋ କହିଥିବାବେଳେ ନିର୍ଦ୍ଦେଶକ ସରୋଜ କୁମାର ହୋତା ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଶିଳ୍ପ ନିର୍ଦ୍ଦେଶକ ସୁଶ୍ରୀ ମୀନା ବେହେରା, ପ୍ରଚାର ସଂଗଠକ ତଥା ଉପନିର୍ଦ୍ଦେଶକ ମୀନକେତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.