Odisha Link
Bridging the Missing Links in Odisha

ଦୁଇ ନାବାଳିକାଙ୍କ ସନ୍ଦେହ ଜନକ ମୃତ୍ୟୁ

ନବରଙ୍ଗପୁର: ଭାସ୍କେଲ ନଦୀରୁ ଦୁଇ ନାବାଳିକା ମୃତ ଦେହ ଉଦ୍ଧାର। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ରୁନିଗୁଡ଼ା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନାଯୋଗ୍ୟ ଯେ, ଗତକାଲି ରୁନିଗୁଡା ଗ୍ରାମର ସମଦୁ ପୂଜାରୀଙ୍କ ଝିଅ ଓ ତାଙ୍କ ସାନ ଭାଇ ଡମ୍ବରୁଧର ପୂଜାରୀଙ୍କ ଝିଅ ଜୟମଣି ଓ ହେମବତୀ ଆଖୁ ବାଡକୁ ଯିବାକୁ କହି ଘରୁ ବାହାରିଥିଲେ ମାତ୍ର ସନ୍ଧ୍ୟା ସୁଦ୍ଧା ଆଉ ଘରକୁ ଫେରିନଥିଲେ। ଉଭୟଙ୍କୁ ପରିବାର ଲୋକ ଖୋଜାଖୋଜି କରିବା ପରେ ସେମାନଙ୍କ ମୃତଦେହ ଗାଁ ନିକଟସ୍ଥ ଭାସ୍କେଲ ନଦୀରେ ଭାସୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା।

ଏନେଇ ପରିବାର ପକ୍ଷରୁ କୋଶାଗୁମୁଡ଼ା ଥାନାରେ ଏତଲା ଦିଆଯାଇଥିଲା। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ତରଫରୁ ମୃତଦେହକୁ ନଦୀରୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

Comments are closed.