Odisha Link
Bridging the Missing Links in Odisha

ବନ୍ଧନ ବ୍ୟାଙ୍କରେ ଇଡକୋ ଟଙ୍କା! , ଏ ନେଇ କଣ କହିଲେ ପ୍ରଦୀପ୍ତ

ଭୁବନେଶ୍ୱର: ଆଜି ବିଧାନସଭାରେ ୟେସ ବ୍ୟାଙ୍କରେ ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ଓ କଂଗ୍ରେସ। ୟେସ୍‌ ବ୍ୟାଙ୍କରେ ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ପ୍ରସଙ୍ଗ ଉଠାଇବା ସହ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବନ୍ଧନ ବ୍ୟାଙ୍କରେ ଇଡକୋ ଟଙ୍କା ଜମା ପ୍ରସଙ୍ଗ ଉଠାଇଛନ୍ତି।

ଏଥିସହିତ କେଉଁ ଆଇଏଏସ ଅଫିସରଙ୍କ ପ୍ରରୋଚନାରେ ଏହି ଟଙ୍କା ଜମା ହୋଇଛି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି। ସମ୍ପୃକ୍ତ ଆଇଏଏସଙ୍କ ଭାଇ ବିଏ ପାସ କରି ସେହି ବ୍ୟାଙ୍କରେ ଉଚ୍ଚ ଦରମା ପାଉଥିବା ଶ୍ରୀ ନାୟକ କହିଛନ୍ତି। ଅପରପକ୍ଷେ ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରଖିବା ନେଇ ୩ କୋଟି ଟଙ୍କାର ଡିଲ ହୋଇଥିବା ବିଷ୍ଣୁ ସେଠୀ କହିଛନ୍ତି। ଏହାଛଡ଼ା ୟେସ ବ୍ୟାଙ୍କ ଜମା ପଛରେ ସ୍ୱିଜରଲାଣ୍ଡ ଟୁର ରହିଥିବା ସନ୍ତୋଷ ସିଂହ ସାଲୁଜା କହିଛନ୍ତି ।

Comments are closed.