Odisha Link
Bridging the Missing Links in Odisha

ତିନି ଅଭିନେତାଙ୍କୁ ନିଜ ସ୍ୱୟଂବରରେ ସାମିଲ କରିବାକୁ ଚାହୁଁଛନ୍ତି ତମନ୍ନା !

ମୁମ୍ବାଇ : ବର୍ତ୍ତମାନ ଟେଲି ଜଗତରେ ସିରିୟଲ ମୁଝେ ସାଦି କରୋଗି ଚର୍ଚ୍ଚାରେ ରହିଛି । ଏହା ପୂର୍ବରୁ ଟିଭିରେ ଅନେକ ଷ୍ଟାରଙ୍କ ସ୍ୱୟଂମ୍ବର ହୋଇସାରିଛି। ସମାନେ ହେଲେ,ରାକ୍ଷୀ ସାଓ୍ଵନ୍ତ, ମଲିକା ଶେରାଓ୍ଵତ, ରାହୁଳ ମହାଜନ ଭଳି କଳାକାର ଏପରି ସ୍ୱୟଂମ୍ବର ଆୟୋଜନ କରିସାରିଛନ୍ତି ।

ତେବେ ଅଭିନେତ୍ରୀ ତମନ୍ନା ଭାଟିଆ ସ୍ୱୟଂମ୍ବର କରିବା ପାଣଇଁ ମନ ବଳେଇଛନ୍ତି । କିଛି ଦିନ ତଳେ ଏକ ସାକ୍ଷାତ୍‌କାରରେ ତମନ୍ନାଙ୍କୁ ତାଙ୍କ ସ୍ୱୟଂମ୍ବର ସମ୍ପର୍କରେ ପଚରା ଯାଇଥିଲା। ସ୍ୱୟଂମ୍ବରରେ ସେ କେଉଁ ଅଭିନେତାଙ୍କୁ ସାମିଲ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନରେ ତମନ୍ନା ବେଶ୍‌ ମଜାଳିଆ ଉତ୍ତର ଦେଇଥିଲେ ।

ସେ କହିଥିଲେ ଯଦି ମୋର ସ୍ୱୟଂମ୍ବର ହୁଏ ତେବେ ସେଥିରେ ହ୍ରିତିକ୍‌ ରୋଶନ, ପ୍ରଭାସ ଏବଂ ଭିକ୍କି କୌଶଲଙ୍କୁ ନିଶ୍ଚିତ ଭାବେ ସାମିଲ୍‌ କରାଯିବ।

ନିକଟରେ ତମନ୍ନା ହ୍ରିତିକଙ୍କ ବହୁତ ବଡ ଫ୍ୟାନ ବୋଲି କହିଥିଲେ । ସେତେବେଳେ ମଧ୍ୟ ତମନ୍ନା ହ୍ରିତିକଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ । ଯାହା ସେତେବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Comments are closed.