Odisha Link
Bridging the Missing Links in Odisha

ରିଲିଜ୍‌ ହେଲା ପାରସ୍‌-ମାହିରାଙ୍କ ଭିଡିଓ

ମୁମ୍ବାଇ : ରିଆଲିଟି ଶୋ ବିଗବସ ୧୩ର ପ୍ରତିଯୋଗୀ ପାରସ ନିଜ ସିରିୟଲ ମୁଝସେ ଶାଦୀ କରୋଗି ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ବିଗ ବସ ଘରେ ପାରସ ଓ ମାହିରାଙ୍କ ବନ୍ଧୁତାକୁ ଅନେକ ଦର୍ଶକ ବେଶ୍ ପସନ୍ଦ କରୁଥିଲେ ।  ଦୁହିଁଙ୍କ ଅଭିନୀତ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଯାଇଛି।ଏହି ମ୍ୟୁଜିକ୍‌ ଭିଡିଓ ଟାଇଟେଲ୍‌ ‘ବାରିଷ୍’ ରଖାଯାଇଛି । ଏହି ଗୀତଟି ସୋନୁ କକ୍କର ଗାଇଛନ୍ତି, ଯାହା ବେଶ୍ ଭଲ ହୋଇଛି ।

https://www.instagram.com/p/B9jxztrh1PA/

ଭିଡିଓରେ ଦେଖିବାକୁ ମିଳୁଛି ଯେ ମାହିରା ଓ ପାରସ୍‌ଙ୍କର ବାହାଘର ହେଉଛି। ହେଲେ ହଠାତ୍‌ ପୁଲିସ୍‌ ଆସି ପାରସ୍‌ଙ୍କୁ ଗିରଫ କରି ନେଇଯାଉଛି। ଏହାପରେ ମାହିରା ତାଙ୍କୁ ଜେଲ୍‌ରୁ ବାହାର କରିବାକୁ ବହୁତ ଚେଷ୍ଟା କରୁଛନ୍ତି । ଶେଷରେ ବିଫଳ ହୋଇ ପାରସଙ୍କଠୁ ଦୂରରେ ରହିବା ସହି ନପାରି ସେ ନିଜ ଜୀବନ ହାରି ଦେଉଛନ୍ତି ।

ପାରସ୍ ଜେଲ୍‌ରୁ ବାହାରିକି ଆସିଲା ବେଳକୁ ମାହିରାଙ୍କ ମୃତ୍ୟୁ ହୋଇସାରିଛି । ଏହାପରେ ସେ ମାହିରାଙ୍କ କବର ପାଖକୁ ଯାଉଛନ୍ତି, ଯେଉଁଠି ତାଙ୍କ ଆତ୍ମା ସହ ତାଙ୍କର ଭେଟ ହେଉଛି। ଗୀତଟି ୟୁଟ୍ୟୁବ୍‌ରେ ଟ୍ରେଣ୍ଡ କରୁଛି । ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି । ବର୍ତ୍ତମାନ ଭିଡ଼ିଓଟିକୁ ଦର୍ଶକଙ୍କ ଠାରୁ ମିଶ୍ରିତ ଫଳ ମିଳିଛି ।

Comments are closed.