Odisha Link
Bridging the Missing Links in Odisha

ପରିବାରକୁ ଫେରିଲେ ସିନ୍ଧିଆ: ଜେ.ପି ନଡ୍ଡା

ନୂଆଦିଲ୍ଲୀ: ଆଜି ହାତ ଛାଡ଼ି ପଦ୍ମରେ ସାମିଲ ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଦୀର୍ଘ ୧୮ ବର୍ଷର ସମ୍ପର୍କକୁ କାଟି ଆଜି ବିଜେପିରେ ସାମିଲ ହେଲେ ଶ୍ରୀ ସିନ୍ଧିଆ। ବିଜେପି ମୁଖ୍ୟ କାର୍ଯ୍ୟାଳରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରାଥମିକ ସଦସ୍ୟତା ପ୍ରଦାନ କରିଛନ୍ତି।

ସିନ୍ଧିଆଙ୍କୁ ବିଜେପିରେ ସାମିଲ୍ କରିବା ପରେ ବିଜେପି ସଭାପତି ଜେ.ପି ନଡ୍ଡା କହିଛନ୍ତି, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜେଜେମା’ ବିଜୟାରାଜେ ସିନ୍ଧିଆଙ୍କର ବିଜେପି (ଜନସଂଘ) ପ୍ରତିଷ୍ଠା କରିବାରେ ଅନେକ ଅବଦାନ ରହିଛି। ଜ୍ୟୋତିରାଦିତ୍ୟ ବିଜେପିରେ ସାମିଲ୍ ହୋଇ ପରିବାରକୁ ଫେରିଛନ୍ତି ବୋଲି ସେ କହିଛନ୍ତି। ବିଜେପି ଏକ ଗଣତାନ୍ତ୍ରିକ ଦଳ ଏବଂ ଦଳର ସମସ୍ତଙ୍କର ମତ ଶୁଣାଯାଏ। ଜ୍ୟୋତିରାଦିତ୍ୟଙ୍କୁ ଦଳର ଦାୟିତ୍ୱ ଦିଆଯିବା ସହ ପ୍ରମୁଖ ଭୂମିକା ଦିଆଯିବ ବୋଲି ନଡ୍ଡା କହିଛନ୍ତି।

ଅପରପକ୍ଷେ ସିନ୍ଧିଆ କହିଛନ୍ତି ଯେ, ମୁଁ ସର୍ବପ୍ରଥମେ ଆଦରଣୀୟ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଧନ୍ୟବାଦ ଦେବାକୁ ଚାହୁଁଛି। କାରଣ ମୋତେ ମୋ ପରିବାରକୁ ଆମନ୍ତ୍ରିତ କଲେ ଓ ଏକ ସ୍ଥାନ ଦେଲେ ବୋଲି କହିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ।

Comments are closed.