Odisha Link
Bridging the Missing Links in Odisha

ମଧ୍ୟପ୍ରଦେଶ: ସିନ୍ଧିଆଙ୍କ ବିଜେପିରେ ମିଶିବା ପୂର୍ବରୁ ଲାଗିଲା ବଡ଼ ବଡ଼ ପୋଷ୍ଟର

ଭୋପାଲ: ମଧ୍ୟପ୍ରଦେଶ ରାଜନୀତିରେ ମହାଡ୍ରାମା। ଗତକାଲି କଂଗ୍ରେସର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ୨୨ଜଣ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଯାହାକୁ ନେଇ ସାରା ଦେଶରେ ସରଗରମ ମଧ୍ୟ ପ୍ରଦେଶ ରାଜନୀତି। ଆଜି ଭାରତୀୟ ଜନତା ପାର୍ଟିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଉଛି।

ହେଲେ ଏହା ପୂର୍ବରୁ ମଧ୍ୟପ୍ରଦେଶରେ ଲାଗିଲା ପୋଷ୍ଟର। ଖବର ଲେଖା ହେବା ସୁଦ୍ଧା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଇ ନାହାନ୍ତି। ହେଲେ ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ବାଗତ ପାଇଁ ଲାଗିଛି ବଡ଼ ବଡ଼ ପୋଷ୍ଟର।। ବିଜେପି ପୋଷ୍ଟରରେ ଦେଖା ଯାଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ଯେଉଁଥିରେ କି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶ ବିଜେପିକୁ ସ୍ବାଗତ ପାଇଁ ଲାଗିଛି ବଡ଼ ବଡ଼ ପୋଷ୍ଟର।

Comments are closed.