Odisha Link
Bridging the Missing Links in Odisha

ରାହୁଲ ଗାନ୍ଧୀଙ୍କୁ ସିନ୍ଧିଆଙ୍କ ଇସ୍ତଫା ବଦଳରେ ଘାରିଛି ତେଲ ଚିନ୍ତା, କହିଲେ..

ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲିକୁ ବାଦ ଦେଲା ମଧ୍ୟ ପ୍ରଦେଶ ରାଜନୀତିରେ ଇସ୍ତଫା ପର୍ବ। ରବିବାର ମଧ୍ୟ ପ୍ରଦେଶ କଂଗ୍ରେସର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ଇସ୍ତଫା ଦେଇଛନ୍ତି। ସିନ୍ଧିଆଙ୍କ ପାର୍ଟି ଛାଡ଼ିବା ନେଇ କିଛି ମନ୍ତବ୍ୟ ଦେବାକୁ ମନା କରିଛନ୍ତି ରାହୁଲ ଗାନ୍ଧୀ। ହେଲେ ସିନ୍ଧିଆଙ୍କ ପାର୍ଟି ଛାଡ଼ିବାକୁ ନେଇ ବେଶ୍‌ ଚିନ୍ତିତ ନାହାନ୍ତି ରାହୁଲ ଗାନ୍ଧୀ। ଅପରପକ୍ଷେ ତେଲ ଦରକୁ ନେଇ ବେଶ୍‌ ଚିନ୍ତିତ ରାହୁଲ ଗାନ୍ଧୀ।

ସିନ୍ଧିଆଙ୍କ ପାର୍ଟି ଛାଡ଼ିବା ଚିନ୍ତା ଯେତିକି ନାଇ ତେଲକୁ ନେଇ ବେଶି ଚିନ୍ତା କରିଛନ୍ତି ରାହୁଲ। ତେଲ ଦରକୁ ନେଇ ରାହୁଲ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ କରି ତେଲ ଦରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏଥିସହିତ ମୋଦି ସରକାରଙ୍କୁ ତେଲ ଦର ହ୍ରାସ କରିବା ପାଇଁ ଅପିଲ କରିଛନ୍ତି।

ଆଜି ସଂସଦରେ ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ସାମିଲ ହେବା ପାଇଁ ସଂସଦରେ ପହଁଞ୍ଚିଥିଲେ ରାହୁଲ ଗାନ୍ଧୀ। ସେଠାରେ ରାହୁଲଙ୍କ ପହଁଞ୍ଚିବା ପରେ ଗଣମାଧ୍ୟମ ପ୍ରତିନିଧୀ ମାନେ ସିନ୍ଧିଆଙ୍କ ଇସ୍ତଫାକୁ ନେଇ ରାହୁଲଙ୍କୁ ପ୍ରଶ୍ନ କରିଥିଲେ। ହେଲେ ରାହୁଲ ଏହାର ଜବାବ ନ ଦେଇ ଚାଲିଯାଇଥିଲେ।

ପରେ ରାହୁଲ ଗାନ୍ଧୀ ପିଏମଓ ଇଣ୍ଡିଆକୁ ଟ୍ୟାଗ୍‌ କରି ଏକ ଟୁଇଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ, ଯେତେବେଳେ ଆପଣ ଏକ ନିର୍ବାଚିତ କଂଗ୍ରେସ ସରକାର ଅସ୍ଥିର କରିବାରେ ବ୍ୟସ୍ତ ଥିଲେ, ଆପଣ ବିଶ୍ବ ବଜାରରେ ତେଲର ମୂଲ୍ୟ ୩୫%ହ୍ରାସ ହେବାର ଲକ୍ଷ୍ୟ କରିଥିବେ। ଆପଣ ଦୟାକରି ପ୍ରେଟୋଲ ଦର ପ୍ରତି ଲିଟର ୬୦ଟଙ୍କା କମ୍‌ କରି ଭାରତୀୟଙ୍କୁ ଲାଭ ଦେଇପାରିବେ କି?, ଯାହାକି ଅଟକି ରହିଥିବା ଅର୍ଥନୀତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ବୋଲି ରାହୁଲ କହିଛନ୍ତି।