Odisha Link
Bridging the Missing Links in Odisha

ସାଙ୍ଗ ସହ ଗୋଲାପ ପାଖୁଡ଼ାରେ ହୋଲି ଖେଳିଲେ ସାରା ଅଲ୍ଲୀ ଖାନ୍

ମୁମ୍ବାଇ : ବଲିଉଡର ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନିଜର ଚୁଲବଲି ବ୍ୟବହାର ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ତେବେ ଗତ କାଲି ହୋଲି ଉପଲକ୍ଷେ ସମଗ୍ର ଦେଶ ରଙ୍ଗରେ ରଙ୍ଗୀତ ହୋଇଥିଲା ।ଏହାର ପ୍ରଭାବ ବଲିଉଡରେ ମଧ୍ୟ ଦେଖିବାକୁ ମିଳିଥିଲା ।

ସାଧାରଣତ‌ଃ ଲୋକ ମାନ ରଙ୍ଗ ସାଥିରେ ହୋଲି ଖେଳି ଥାନ୍ତି କିନ୍ତୁ ଅଭିନେତ୍ରୀ ସାରା ରଙ୍ଗ ବଦଳରେ ଗୋଲାପ ପାଖୁଡାରେ ହୋଲି ଖେଳିଥିବାର ଦେଖିବାକୁ ମିଳିଛି । ଏହାର ଏକ ଭିଡିଓକୁ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜ ସାଙ୍ଗ ସହ ମିଶି ହୋଲି ଖେଳୁଥିବା ନଜର ଆସୁଛନ୍ତି। ସାରା ଭିଡିଓର କ୍ୟାପସନ ଦେଇଥିଲେ, ‘ବନାରସ୍‌ କି ହୋଲି’।

https://www.instagram.com/p/B9jdWtKJxmT/

ଭିଡିଓରେ ଦେଖାଯାଉଛି, ସାରା ଓ ତାଙ୍କ ସାଙ୍ଗ ପରସ୍ପର ଉପରକୁ ଗୋଲାପ ପାଖୁଡ଼ା ପକାଉଛନ୍ତି ଏବଂ ଦୁଇଜଣ ଯାକ ଗୋଲାପି ରଙ୍ଗର ସାଲଓ୍ଵାର ସୁଟ୍‌ ପିନ୍ଧିଛନ୍ତି। କହି ରଖୁଛୁ, ବର୍ତ୍ତମାନ ସାରା ବନାରସ୍‌ରେ ଅଛନ୍ତି । ସେଠାରେ ସେ ନିଜ ଅପ୍‌କମିଙ୍ଗ୍‌ ସିନେମା ‘ଅତରଙ୍ଗୀ-ରେ’ର ଶୁଟିଂ କରୁଛନ୍ତି।

Comments are closed.