ଆୟୁଷ୍ମାନଙ୍କ ବିନା ନିର୍ମାଣ ହେବ ‘ବଧାଇ ହୋ-୨’
ମୁମ୍ବଇ : ୨୦୧୮ରେ ମୁକ୍ତିଲାଭ କରିଥିବା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଧାଇ ହୋ’ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା । କାହାଣୀଠୁ ଆରମ୍ଭ କରି ଅଭିନୟ ପର୍ଯ୍ୟନ୍ତ, ସବୁକିଛି ଅନେକ ପ୍ରଶଂସା ସାଉଁଟିଥିଲା ।
ଏବେ ଶୁଣିବାକୁ ମିଳୁଛି ଯେ, ଖୁବଶୀଘ୍ର ‘ବଧାଇ ହୋ-୨’ ନିର୍ମାଣ ହେବାକୁ ଯାଉଛି। ହେଲେ ଖାସ୍ କଥା ହେଉଛି, ଏଥିରେ ଆୟୁଷ୍ମାନଙ୍କୁ ଦେଖିବାକୁ ମିଳିବ ନାହିଁ । ତାଙ୍କ ସ୍ଥାନରେ ଆଉ ଜଣେ ନାୟକ ମୁଖ୍ୟ ଭୂମିକାରେ ଅଭିନୟ କରିବେ ।
ସୂଚନା ଅନୁସାରେ, ‘ବଧାଇ ହୋ-୨’ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିରେ ଆୟୁଷ୍ମାନଙ୍କ ସ୍ଥାନରେ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ନଜର ଆସିବେ । କେବଳ ଏତିକି ନୁହେଁ ଏହାର ନିର୍ଦ୍ଦେଶନା ମଧ୍ୟ ଅମିତ ଶର୍ମା ଦେବେନାହିଁ । ତାଙ୍କ ସ୍ଥାନରେ ଆଉ ଜଣେ ନିର୍ଦ୍ଦେଶକ ଏହାର ନିର୍ଦ୍ଦେଶନା ଭାର ବହନ କରିବେ ।
Comments are closed.