Odisha Link
Bridging the Missing Links in Odisha

କରୋନା ପାଇଁ ଆତଙ୍କିତ ହୁଅନ୍ତୁ ନାହିଁ : ମୋଦି

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କଣିଥିବା କରୋନା ଭାଇରସ ପାଇଁ ସମସ୍ତେ ଭୟଭୀତ। ଏହି ସମୟରେ କରେନାକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କରେନା ପାଇଁ ଆପଣମାନେ ଆତଙ୍କିତ ହୁଅନ୍ତୁ ନାହିଁ। ଆମେ ଏନେଇ ସଜାଗ ଅଛୁ। ଆତଙ୍କିତ ନ ହୋଇ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରନ୍ତୁ।

ମୋଦି ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କର କୌଣସି ମନ୍ତ୍ରୀ ଏବେ ବାହାରକୁ ଯାତ୍ରା କରିପାରିବେ ନାହିଁ। ଆପଣଙ୍କୁ ବି ନିବେଦନ ଏବେ ବାହାର ଦେଶକୁ ଯାଆନ୍ତୁ ନାହିଁ। ଗହଳି ସ୍ଥାନକୁ ପରିତ୍ୟାଗ କରି ଆମେ କରୋନ ସଂକ୍ରକଣକୁ ପ୍ରତିହତ କରିପାରିବା। ପ୍ରତି ରାଜ୍ୟ କରୋନା ପ୍ରତିଷେଧକ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ଏହାର ତଦାରଖ କରୁଛି।

ସୂଚନାଯୋଗ୍ୟ: ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ ଛୁଇଁଲାଣି। ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୨୬,୪୨୭ ଥିବା ବେଳେ ମୃତ୍ୟୁସଂଖ୍ୟା ୪୬୩୬କୁ ପହଞ୍ଚିିଛି।

Comments are closed.