Odisha Link
Bridging the Missing Links in Odisha

କସର୍ଦ୍ଦା ଉପରକୁ ବୋମାମାଡ଼

କଟକ : କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ଫାଣ୍ଡି ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । କସର୍ଦ୍ଦା ଅଞ୍ଚଳରେ ଦୋପଟି ମେଲଣ ଚାଲିଥିବା ସମୟରେ ଏହି ବୋମା ମାଡ଼ ହୋଇଥିଲା । ବୋମାମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।

ଫଳରେ ୨ ଘଣ୍ଟା ଧରି ଦୋପଟି ମେଲଣ ଶୋଭାଯାତ୍ରା ବନ୍ଦ ରହିଥିଲା । କିଏ ଓ କାହିଁକି ଫାଣ୍ଡି ଉପରକୁ ବୋମାମାଡ଼ କରିଛି ସେନେଇ କିଛି ଜଣାପଡ଼ିନି । ତେବେ ଘଟଣାରେ କିଛି ଯୁବକଙ୍କୁ ପୁଲିସ୍‌ ପଚରାଉଚରା କରୁଛି ।

Comments are closed.