Odisha Link
Bridging the Missing Links in Odisha

ରାଜ୍ୟପାଳଙ୍କୁ ଭେଟିଲେ କମଲନାଥ, କହିଲେ ବହୁମତ ପରୀକ୍ଷା ପାଇଁ ପ୍ରସ୍ତୁତ

ଭୋପାଲ: ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ। ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କୁ ଏକ ପତ୍ର ଦେଇ ବିଜେପି ବିଧାୟକଙ୍କୁ ନେଇ କିଣା ବିକା କରୁଥିବା ଅଭିଯୋଗ କରିଛନ୍ତି କମଲନାଥ। ଏଥିସହିତ ଆଗାମୀ ବିଧାନସଭା ଅଧିବେଶନରେ ବହୁମତ ସାବ୍ୟସ୍ତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଅପରପକ୍ଷେ ଆଜି ଜୋତିରାଦିତ୍ୟ ସିନ୍ଧିଆ ବିଜେପି ପକ୍ଷରୁ ଆଜି ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ।

ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ କମଲନାଥ ବିଧାନସଭାରେ ବହୁମତ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ। ସେ କହିଛନ୍ତି ଯେ, ବିଧାନସଭାର ଆଗାମୀ ଅଧିବେଶନରେ ମୋ ସରକାର ବହୁମତ ସାବ୍ୟସ୍ତ କରିବା ପାଇଁ ପ୍ରସ୍ତୁତ ରହିଛି। ସୂଚନାଯୋଗ୍ୟ ମାର୍ଚ୍ଚ ୧୬ରୁ ମଧ୍ୟପ୍ରଦେଶର ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି।

Comments are closed.