୪୭ବର୍ଷ ବୟସରେ ପଦାର୍ପଣ କଲେ ରୋହିତ

ମୁମ୍ବାଇ : ବଲିଉଡ୍ର ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆଜି ଜନ୍ମ ଦିନ । ୧୯୭୬ ମସିହା ମାର୍ଚ୍ଚ ୧୪ରେ ବମ୍ବେରେ ଜନ୍ମ ହୋଇଥିଲେ ରୋହିତ । ସେ ୪୭ ବୟସରେ ପାଦ ଦେଇଛନ୍ତି । ତାଙ୍କର ପ୍ରତିଟି ସିନେମାରେ ଆକ୍ସନ, ରୋମାନ୍ସ, କମେଡିର ତଡକା ଥାଏ ।
ରୋହିତ ଏକ ସାକ୍ଷାତ୍କାରରେ ନିଜର ସଂଘର୍ଷର ଦିନକୁ ମନେ ପକାଇଥିଲେ । ସେ କହିଥିଲେ , ପଢ଼ିବା ପାଇଁ ସେ ବହୁତ କଷ୍ଟ କରିଥିଲେ । ସକାଳ ଛଅଟା ପୂର୍ବରୁ ଉଠିଯାଉଥିଲେ ସେ। ପରେ ସେ ଟ୍ରେନ୍ରେ ଅନ୍ଧେରୀ ପହଞ୍ଚୁଥିଲେ ।
ସେଠାରୁ ଅନ୍ୟ ଏକ ଟ୍ରେନ୍ରେ ସାଣ୍ଟାକ୍ରୁଜ୍ ପହଞ୍ଚୁଥିଲେ। ସେଠାରୁ କିଛି ବାଟ ଚାଲିବା ପରେ ତାଙ୍କ ସ୍କୁଲ ଆସୁଥିଲା । ହେଲେ ରୋହିତଙ୍କ ବାପା ଚାଲିଯିବା ପରେ ସବୁଠାରୁ ଅଧିକ କଷ୍ଟ ପାଇଥିଲେ ସେ। ମା’ ଘର ଚଳାଇବା ଲାଗି ବହୁତ ଚେଷ୍ଟା କରିଥିଲେ ।
ରୋହିତ ଚାକିରି କରିବା ସମୟରେ ତାଙ୍କୁ ଗୋଟିଏ ଦିନ ପାଇଁ ଦରମା ମିଳୁଥିଲା ୩୫ ଟଙ୍କା । ଏବେ କିନ୍ତୁ ସମୟକୁ ବଦଳାଇଛନ୍ତି ସେ । କଠିନ ପରିଶ୍ରମ ଦ୍ୱାରା ଏବେ ରୋହିତଙ୍କ ପ୍ରାୟ ଫିଲ୍ମ ୧୦୦ କୋଟି କ୍ଲବ୍ରେ ସାମିଲ ହେଉଛି । ଏପରି କି ସେ ଗୋଟିଏ ସିନେମାର ନିର୍ଦ୍ଦେଶନା ପାଇଁ ୧୫ କୋଟି ନେଉଛନ୍ତି ।
ଆଗାମୀ ଦିନରେ ତାଙ୍କର ସିନେମା ‘ସୂର୍ଯ୍ୟବଂଶୀ’ ରିଲିଜ୍ ହେବାକୁ ଯାଉଛି । ସିନେମାରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର, ଅଜୟ ଦେବଗନ, ରଣବୀର ସିଂ ପ୍ରମୁଖ ନଜର ଆସିବେ । ଏହାଛଡ଼ା ନାୟିକା ଭୂମିକାରେ କାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ। ଏବେ କରୋନା ପାଇଁ ସିନେମାର ରିଲିଜ୍ ଡେଟ୍ ଘୁଞ୍ଚାଇ ଦିଆଯାଇଛି ।
Comments are closed.