Odisha Link
Bridging the Missing Links in Odisha

ସଲମାନ ଖାନଙ୍କ ସହିତ କାମ କରିବେ ଆସୀମ

ମୁମ୍ବାଇ : ଟେଲି ରିଆଲିଟି ଶୋ ବିଗ୍ ବସ୍୧୩ର ପ୍ରତିଯୋଗୀ ଆସୀମ ରିୟାଜ ସମସ୍ତଙ୍କ ହୃଦୟ ଜିତିନେଇଥିଲେ । ଏହି ଶୋ ପରେ ତାଙ୍କର ଲୋକପ୍ରିୟତା ବଢି ବଢି ଚାଲିଛି । ନିକଟରେ ଜ୍ୟାକଲିନ ଫର୍ନାଣ୍ଡିସଙ୍କ ସହିତ ତାଙ୍କର ଏକ ନୂଆ ଗୀତ ‘ମେରେ ଆଙ୍ଗନେ ମେ’ ରିଲିଜ ହୋଇଛି ଯାହାକୁ ଆସୀମଙ୍କ ଫ୍ୟାନ ମାନେ ବହୁତ ପସନ୍ଦ କରୁଛନ୍ତି । ତେବେ ନିକଟରେ ଆସୀମଙ୍କୁ ନେଇ ଏକ ବଡ଼ ଖବର ଶୁଣିବାକୁ ମିଳିଛି ।

ସୂଚନା ଅନୁଯାୟୀ ଆସୀମ ରିୟାଜ ସଲମାନ ଖାନଙ୍କ ସହିତ ଗୋଟିଏ ସିନେମାରେ ନଜର ଆସିବାକୁ ଯାଉଛନ୍ତି । ତାଙ୍କୁ ସଲମାନ ଖାନଙ୍କ ଅପକମିଙ୍ଗ ସିନେମା ‘କଭୀ ଇଦ କଭୀ ଦିୱାଲୀ’ ରେ ଅଭିନୟ କରିବା ପାଇଁ ଅଫର ମିଳିଛି ।

ଶୁଣିବାକୁ ମିଳୁଛି ଯେ ସଲମାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ତାଙ୍କର ତିନି ଭାଇଙ୍କ ମଧ୍ୟରୁ ଜଣେ ଭାଇଙ୍କ ଚରିତ୍ରରେ ଆସୀମ ରିୟାଜଙ୍କୁ ଅଭିନୟ କରିବା ପାଇଁ ଅଫର ମିଳିଛି । ଯଦିଓ ଆସୀମ ଏହି ଅଫରକୁ ସ୍ୱୀକାର କରିଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ କିନ୍ତୁ ବଲିଉଡରେ ଏହାଠାରୁ ବଡ଼ ବ୍ରେକ ଆସୀମଙ୍କ ପାଇଁ ଆଉ କିଛି ହୋଇପାରିବ ନାହିଁ ବୋଲି ଶୁଣିବାକୁ ମିଳିଛି ।

Comments are closed.