କରୋନା ମୁକାବିଲା ପାଇଁ ଡିଜିପିଙ୍କ ବୈଠକ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ଆଜି କରୋନା ମୁକାବିଲା ନେଇ ଡିଜିପିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଯାଇଛି। ବୈଠକରେ ପୋଲିସ କମିଶନର, ଭୁବନେଶ୍ବର ଡିସିପି, ଆଇନଶୃଙ୍ଖଳ ଆଇଜି ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି। ବୈଠକରେ କିପରି କରୋନା ମୁକାବିଲା ନେଇ ପୋଲିସ ପ୍ରଶାସନର ପ୍ରସ୍ତୁତି ନେଇ ଆଲୋଚନା ହେବ।
ସାରାବିଶ୍ବରେ ମାରାତ୍ମକ ରୂପ ନେଇସାରିଛି କରୋନା ଭାଇରସ। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ମୃତ୍ୟୁ ସଂଖ୍ୟା ୪୬ଶହ ପାର ହେଲାଣି। ଏପଟେ ଆଜି ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ଏବଂ କ୍ୟାପିଟାଲ ହସ୍ପିଟାଲ୍ରେ ଚିକିତ୍ସା ଜାରି ରହିଛି।