Odisha Link
Bridging the Missing Links in Odisha

ଗଣମାଧ୍ୟମ ଦାୟିତ୍ବସଂପନ୍ନ ଭାବେ ଖବର ପରିବେଷଣ କରୁ : ସୁବ୍ରତ ବାଗଚୀ

ଭୁବନେଶ୍ବର: ଓଡିଶାରେ ଜଣେ ଯୁବକ କରୋନା ଆକ୍ରାନ୍ତ ବୋଲି ପ୍ରେସ୍‌ ମିଟ୍‌ରେ ସ୍ପଷ୍ଟ କଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଇଟାଲୀରୁ ଫେରିଥିବା ୩୩ ବର୍ଷୀୟ ଯୁବକ କରେନା ଆକ୍ରାନ୍ତ ହୋଇ ଏବେ ଭୁବନେଶ୍ବର କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସୋଲେସନ୍‌ ଓ୍ବାର୍ଡରେରେ ଅଛନ୍ତି ବୋଲି ବାଗଚୀ ସ୍ପଷ୍ଟ କରିଛନ୍ତି। କରୋନା ସଂପର୍କିତ ଖବର ପ୍ରସାରଣକୁ ନେଇ ଗଣମାଧ୍ୟମକୁ ଅପିଲ୍‌ କରିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଗଣମାଧ୍ୟମକୁ ଦାୟିତ୍ବବାନ ହେବାକୁ ବାଗଚୀ ପରାମର୍ଶ ଦେଇଛନ୍ତି। ଏଥିସହ ଆକ୍ରାନ୍ତ କିମ୍ବା ସନ୍ଦିଗ୍ଧଙ୍କ ପରିଚୟ ଗୋପନ ରଖିବାକୁ ନିର୍ଦ୍ଦେଶ। ବାଗଚୀ ଆହୁରି କହିଛନ୍ତି ଯେ, ବ୍ରେକିଂ ପଛରେ ଗୋଡାଇଲେ ସମାଜ ବ୍ରେକ୍‌ ହେବାର ଆଶଙ୍କା ରହିଛି। ଚିକିତ୍ସା ବେଳେ ଭିଡିଟ କ୍ୟାମେରା ନେଲେ, ବାଇଟ୍‌ ମାଗିଲେ କିମ୍ବା ଫୋନ୍ ଚିକିତ୍ସା ପ୍ରଭାବିତ ହେବ। ଗଣମାଧ୍ୟମ ସରକାରଙ୍କ ପାଇଁ ସବୁଠାରୁ ଶକ୍ତିଶାଳୀ ଯୋଗାଯୋଗ ମାଧ୍ୟମ। ନିଜକୁ ବିପଦ ସଂଙ୍କୁଳ ପରିସ୍ଥିତିରେ ପକାଇ ଖବର ପରିବେଶର କରନ୍ତୁ ନାହିଁ। ଗଣମାଧ୍ୟମ ଦାୟିତ୍ବସଂପନ୍ନ ଭାବେ ଖବର ପରିବେଷଣ କରୁ। ବାଗଚୀ ଆହୁରି କହିଛନ୍ତି ଯେ, କରୋନା ଆକ୍ରାନ୍ତ ଓ କିମ୍ବା ସନ୍ଦିଗ୍ଧଙ୍କ ପରିଚୟ ଗୋପନ ରଖନ୍ତୁ। ନିୟମ ନମାନିଲେ ଆଇନ ଅନୁସାରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବେ।

Comments are closed.