କରୋନା ମୁକାବିଲା: ମୋଦିଙ୍କ ଜରୁରୀକାଳୀନ ପାଣ୍ଠି ପ୍ରସ୍ତାବ

ନୂଆଦିଲ୍ଲୀ: କରୋନାର ମୁକାବିଲା ଓ ସଚେତନତା ପାଇଁ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ର ସମୂହ ଭାରତର ଆହ୍ୱାନକୁ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବରେ ଏକାଠି ହୋଇଛନ୍ତି ସବୁ ସାର୍କ ରାଷ୍ଟ୍ର। ଭିଡିଓ କନ୍ଫରେନ୍ସିଂ ଜରିଆରେ କରେନା ପାଇଁ ଭାରତ ନେଉଥିବା ପଦକ୍ଷେପ ବାବଦରେ ଆଲୋକପାତ କରିଛନ୍ତି ନରେନ୍ଦ୍ର ମୋଦି।
ଏହି ଅବସରରେ ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି କୋଭିଡ୍-୧୯ ଜରୁରୀକାଳୀନ ଫଣ୍ଡ ବାବଦରେ ଘୋଷଣା କରିଛନ୍ତି। ଏଥିସହିତ ୧୦ ମିଲିଅନ୍ ଆମେରିକୀୟ ଡଲାର ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ଆମେ ଏକାଠି କରୋନାର ମୁକାବିଲା କରିପାରିବା, ଅଲଗା ଅଲଗା ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରୁ ଏକ ଡାକ୍ତରୀ ଟିମ୍ ଯେ କୌଣସି ସାର୍କ ସହଯୋଗୀ ରାଷ୍ଟ୍ରଙ୍କ ଆବଶ୍ୟକତା ସ୍ଥଳେ ପହଞ୍ଚିବେ। ଭାରତର ପଡ଼ୋଶୀ ରାଷ୍ଟ୍ରମାନେ ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭେଲାନ୍ସ ପୋର୍ଟାଲ (ଆଇଡିଏସ୍ପି) ପାଇଁ ବିଚାର କରିପାରନ୍ତି। ଏଥିରେ ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରିବା ଏବଂ ନଜର ରଖିବାରେ ସହାୟକ ହେବ।