Odisha Link
Bridging the Missing Links in Odisha

ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ହେବ ଯାଞ୍ଚ

ପୁରୀ: କରୋନା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି।ଆଜି ଠାରୁ ପୁରୀକୁ ଆସୁଥିବା ସମସ୍ତ ଗାଡ଼ି, ଯାନବାହାନ ପିପିଲି ଠାରେ କଡ଼ାକଡ଼ି ଯାଞ୍ଚ କରାଯିବ। ପରିବହନ କର୍ମଚାରୀ, ପୁଲିସ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ଟିମ୍‌ ପୁରୀର ପ୍ରବେଶ ପଥ ପିପିଲି ନିକଟରେ ଗାଡ଼ିଗୁଡ଼ିକୁ ଯାଞ୍ଚ କରିବେ। ଯଦି ଆବଶ୍ୟକ ପଡ଼େ ତେବେ ଏହି ଗାଡ଼ି ଓ ଗାଡ଼ିରେ ଥିବା ଯାତ୍ରୀମାନଙ୍କୁ ଏହି ଅଧିକାରୀମାନେ ପିପିଲି ଠାରୁ ଫେରାଇ ଦେଇ ପାରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପୁରୀର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଆଜି ଜିଲ୍ଲାପାଳ ବଲୱନ୍ତ ସିଂହ ଏହି ମର୍ମରେ ନିର୍ଦ୍ଦେଶାନାମା ଜାରି କରି କହିଛନ୍ତି ଯେ, ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର କୌଣସି ଅଧିକାରୀ ସେମାନଙ୍କ ମୁଖ୍ୟାଳୟ ଛାଡ଼ି ଯାଇ ପାରିବେ ନାହିଁ। କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି। ସେହିପରି ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପଡ଼ୁଥିବା ସମସ୍ତ ଛୁଟି ଦିନମାନଙ୍କରେ ସରକାରୀ ଅଫିସ୍‌ ଖୋଲା ରହିବ। କୌଣସି ଅଧିକାରୀଙ୍କ ଛୁଟି ଆବେଦନକୁ ମଞ୍ଜୁର କରାଯିବ ନାହିଁ।

Comments are closed.