Odisha Link
Bridging the Missing Links in Odisha

ଇତାଲିରେ କରୋନା ଆତଙ୍କ, ପ୍ରତି ୨.୫ ହଜାର ଲୋକରେ ଜଣେ ଆକ୍ରାନ୍ତ

ଓଏସ୍‌ ବ୍ୟୁରୋ: ବିଶ୍ବରେ ସର୍ବାଧିକ କରୋନା ଆତଙ୍କ ଚୀନରେ ଥିଲେ ହେଁ, ଜନସଂଖ୍ୟା ଦଷ୍ଟିରୁ ଇତାଲି ସବୁଠାରୁ ସ୍ପର୍ଶକାତର ଦେଶ ଭାବେ ପରିଗଣିତ ହୋଇଛି। ଏହି ୟୁରୋପୀୟ ରାଷ୍ଟ୍ରରେ ପ୍ରତି ଅଢ଼େଇ ହଜାର ଲୋକରେ ଜଣେ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଅର୍ଥାତ୍, ପ୍ରତି ଏକ ଲକ୍ଷ ଲୋକରେ ୪୦ରୁ ଅଧିକ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ।

ଇତାଲିର ଜନସଂଖ୍ୟା ୬ କୋଟି ୬ ଲକ୍ଷ ହୋଇଥିବା ବେଳେ ୨୪,୭୪୭ ଜଣ ଆଜି ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧,୮୦୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨,୩୩୫ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୧,୬୭୨ ଜଣଙ୍କର ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି।

ଚୀନ ପରେ ଇତାଲି ବିଶ୍ବର ଦ୍ବିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଦେଶ। ତୃତୀୟ ସ୍ଥାନରେ ରହିଛି ଇରାନ୍। ଇରାନରେ ଆଜି ସୁଦ୍ଧା ୧୩,୯୨୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୭୨୪ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.